ଗୋପାଳ କୃଷ୍ଣ ଗୋଖଲେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ
ଭୁବନେଶ୍ୱର, 09 ମେ (ହି.ସ.)- ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଗୋପାଳ କୃଷ୍ଣ ଗୋଖଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାଜ୍ୟପାଳ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ଦେଇଥି
ଗୋପାଳ କୃଷ୍ଣ ଗୋଖଲେଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ରାଜ୍ୟପାଳ


ଭୁବନେଶ୍ୱର, 09 ମେ (ହି.ସ.)- ରାଜ୍ୟପାଳ ଡ. ହରିବାବୁ

କମ୍ଭମପତି ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଗୋପାଳ କୃଷ୍ଣ ଗୋଖଲେଙ୍କ

ଜୟନ୍ତୀ ଅବସରରେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ରାଜ୍ୟପାଳ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡଲରେ ଦେଇଥିବା ବାର୍ତ୍ତାରେ ଗୋଖଲେଙ୍କୁ ଜଣେ

ଦୂରଦର୍ଶୀ ନେତା, ପ୍ରତିଷ୍ଠିତ ବିଦ୍ୱାନ ଏବଂ ସମର୍ପିତ ସମାଜ ସଂସ୍କାରକ ବୋଲି

ବର୍ଣ୍ଣନା କରିଛନ୍ତି, ଯିଏ ନିଜ ସମ୍ପୂର୍ଣ୍ଣ ଜୀବନକୁ

ରାଷ୍ଟ୍ରସେବା ପାଇଁ ସମର୍ପିତ କରିଥିଲେ। ସେ କହିଛନ୍ତି ଯେ, ଗୋଖଲେ ତାଙ୍କ ବୁଦ୍ଧିମତା,

ସତ୍ୟନିଷ୍ଠା

ଏବଂ ସାର୍ବଜନୀନ ସେବା ପ୍ରତି ସମର୍ପଣ ଭଳି ମୂଲ୍ୟବୋଧ ମାଧ୍ୟମରେ ଆଜି ମଧ୍ୟ ଆଗାମୀ ପିଢ଼ୀଙ୍କୁ

ପ୍ରେରଣା ଦେଇଆସୁଛନ୍ତି।

ରାଜ୍ୟପାଳ ଆହୁରି କହିଛନ୍ତି ଯେ, ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ଏବଂ

ସାମାଜିକ ସଂସ୍କାର କ୍ଷେତ୍ରରେ ଗୋଖଲେଙ୍କ ଅବଦାନ ଆଜି ମଧ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ ଅଟେ। ତାଙ୍କ

ନେତୃତ୍ୱ ଏବଂ ବୌଦ୍ଧିକ ଐତିହ୍ୟକୁ ସେ ରାଷ୍ଟ୍ର ଗଠନ ଏବଂ ନୈତିକ ଶାସନ ପାଇଁ ଏକ ପଥପ୍ରଦର୍ଶକ

ନିଷ୍ପତି ବୋଲି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande