
ଭୁବନେଶ୍ୱର, 09 ମେ (ହି.ସ.)- ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ପ୍ରତିକ୍ରିୟା ରଖିଛନ୍ତି । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଆଇନ୍ ମନ୍ତ୍ରୀ କହିଛନ୍ତି ।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ । ରାଜ୍ୟରେ
ଦଣ୍ଡବିଧାନ ହାର ବଢ଼ିଛି, ଦୈନିକ ରିପୋର୍ଟ ନିଆଯାଉଛି । ଆଗକୁ ଯେମିତି
ଏଭଳି ଘଟଣା ନ ଘଟିବ ସରକାର ତତ୍ପର ଅଛନ୍ତି । ଅପରାଧୀଙ୍କ ପ୍ରତି ଆଭିମୁଖ୍ୟ ଆହୁରି କଡ଼ା ରହିବ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା