କାଜୁଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀ ମେଳାରେ ଯୋଗଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, ୦୯ ମଇ (ହି.ସ.) - ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶନିବାର ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଆୟୋଜିତ କାଜୁଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀ ମେଳାରେ ଯୋଗ ଦେଇଛନ୍ତି। ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ
fare


ଭୁବନେଶ୍ୱର, ୦୯ ମଇ (ହି.ସ.) - ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ତଥା ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଶନିବାର ଦିନ ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଆୟୋଜିତ କାଜୁଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀ ମେଳାରେ ଯୋଗ ଦେଇଛନ୍ତି।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଲେଖିଛନ୍ତି ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ଜିଲ୍ଲା କାଜୁ ପ୍ରକ୍ରିୟାକରଣ ଶିଳ୍ପ ସଂଘ ତରଫରୁ ଆୟୋଜିତ କାଜୁଶିଳ୍ପ ସମ୍ବନ୍ଧୀୟ ଯନ୍ତ୍ର ପ୍ରଦର୍ଶନୀ ମେଳାରେ ଯୋଗ ଦେଲି। ଆଧୁନିକ ଯନ୍ତ୍ରପାତିରେ ସମ୍ପୂର୍ଣ୍ଣ ସୁସଜ୍ଜିତ ଏହି ପ୍ରଦର୍ଶନୀ ବୁଲି ଦେଖି ଅତ୍ୟନ୍ତ ଖୁସି ଲାଗିଲା। କାଜୁ ପ୍ରକ୍ରିୟାକରଣ ଶିଳ୍ପରେ ନୂଆ ଯନ୍ତ୍ର ଓ ପ୍ରଯୁକ୍ତିର ବ୍ୟବହାର ଦ୍ୱାରା ଉତ୍ପାଦନ ବୃଦ୍ଧି, ଗୁଣବତା ଉନ୍ନତି ଏବଂ ସ୍ଥାନୀୟ ଉଦ୍ୟୋଗୀ ଓ କୃଷକମାନଙ୍କ ଆର୍ôଥକ ସବଳୀକରଣ ହେବ ବୋଲି ଆଶା ରଖୁଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande