ଗୁର୍ଜିଭଟା ଛକରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ପହଂଚାଇବାର ବ୍ୟବସ୍ଥା କଲେ ସ୍ୱାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର, 09 ମେ (ହି.ସ.)- ଗୁର୍ଜିଭଟା ଛକରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ ପହଂଚାଇବାର ବ୍ୟବସ୍ଥା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଭୁବନେଶ୍ବର ଫେରିବା ସମୟରେ ଗୁର୍ଜିଭଟା ଛକରେ ଦୁର୍ଘଟଣା ଘଟିଥିବା ଦେଖିଥିଲେ । ଏହାପର
ଆହତ


ଭୁବନେଶ୍ୱର, 09 ମେ (ହି.ସ.)- ଗୁର୍ଜିଭଟା ଛକରେ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲ

ପହଂଚାଇବାର ବ୍ୟବସ୍ଥା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ମନ୍ତ୍ରୀ ଭୁବନେଶ୍ବର

ଫେରିବା ସମୟରେ ଗୁର୍ଜିଭଟା ଛକରେ ଦୁର୍ଘଟଣା ଘଟିଥିବା ଦେଖିଥିଲେ । ଏହାପରେ ସେ ଆହତ ହୋଇଥିବା

ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ। ମନ୍ତ୍ରୀ ମହାପ୍ରଭୁଙ୍କ

ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଏଭଳି ସମୟରେ ଦୁର୍ଘଟଣାରେ ପୀଡିତ ବ୍ୟକ୍ତିଙ୍କୁ ଆବଶ୍ୟକୀୟ ସହଯୋଗ ଯୋଗାଇଦେବା ଆମର ଦାୟିତ୍ଵ।

ଭୟ ନକରି ସଠିକ ସମୟରେ ମେଡିକାଲରେ ପହଞ୍ଚାଇ ବହୁମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଆମେ ସମସ୍ତେ

ଆଗେଇ ଆସିବାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande