
ବୌଦ୍ଧ, ୯ ମଇ (ହି.ସ.)- ବୌଦ୍ଧ ଜିଲା ନ୍ୟାୟାଳୟ ଠାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି l ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା l ଜିଲ୍ଲା ଓ ଦୌରା ଜଜ୍ ତଥା ଅଧ୍ୟକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ ରେ ୧୨୦୯ଟି ବିଚାରାଧୀନ କେସ ଫୈସଲା କରାଯାଇଥିଲା । ଏହି ଲୋକ ଅଦାଲତରେ ବିଚାରାଧୀନ କେସ୍ ଯଥା ମୋଟର ଦୁର୍ଘଟଣା ଜନିତ ମାମଲା, ପାରିବାରିକ ମାମଲା, ଦେବାନୀ ମାମଲା, ଗ୍ରାହକ ବିବାଦ ଏବଂ ୧୪ ଟି ପ୍ରାକ ମାମଲା କେସ୍ ଯଥା ବ୍ୟାଙ୍କ କେସ୍, ବିଦ୍ୟୁତ ମାମଲା, ଟ୍ରାଫିକ ଚାଲାଣ ମାମଲା ଇତ୍ୟାଦି ରଖାଯାଇଥିଲା । ଏଥିରୁ ମୋଟ ୭୪,୯୩,୮୫୮/- ଟଙ୍କା ଆଦାୟ କରାଯାଇଥିଲା ।
ଏଥିରେ ଅଖିଳ କୁମାର ପଶ୍ଚିମକବାଟ, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍, ନିରଞ୍ଜନ ପାତ୍ର, ମୁଖ୍ୟ ନ୍ୟାୟାଧିଶ ଅଧିକାରୀ, ଶ୍ରୀମତୀ ସୁନନ୍ଦା ସାହୁ, ମହିଳା ଅଦାଲତ ବିଚାରପତି, ଜୟ ପ୍ରକାଶ ନାୟକ, ରେଜିଷ୍ଟ୍ରାର, ଦେବାନୀ ଅଦାଲତ, ଶ୍ରୀମତୀ ଅନୁଶିଳା ରୟ, ବରିଷ୍ଠ ଦେବାନୀ ବିଚାରପତି, ଶ୍ରୀମତୀ ଶ୍ରଦ୍ଧାଞ୍ଜଳୀ ରାୟ, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବୌଦ୍ଧ, ନିରଞ୍ଜନ ଦାଶ, ଉପଖଣ୍ଡୀୟ ବିଚାର ବିଭାଗୀୟ ଅଧିକାରୀ, ଶ୍ରୀମତୀ ସୁସ୍ମିତା ପ୍ରିୟଦର୍ଶିନୀ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଏବଂ ଶ୍ରୀମତୀ ପ୍ରିୟଦର୍ଶିନୀ କୁମ୍ଭାର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି, ବୌଦ୍ଧ ଏବଂ ବୌଦ୍ଧର ଓକିଲ ଗଣ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ