
ଭୁବନେଶ୍ୱର, ୦୯ ମଇ (ହି.ସ.) - ଆଇନ ତଥା ପୂର୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଶନିବାର ଦିନ ଭୁବନେଶ୍ୱର ଠାରେ ଆଇନ ବିଭାଗ ଓ ୟୁଏନଏଫପିଏର ମିଳିତ ଆନୁକୂଲ୍ୟରେ ଆୟୋଜିତ 'ଜନସଂଖ୍ୟାଗତ ପରିବର୍ତନ ଏବଂ ଆଇନଗତ ବ୍ୟବସ୍ଥା: ଉଦୀୟମାନ ମାନବ ଭବିଷ୍ୟତ ପାଇଁ ପ୍ରସ୍ତୁତି' ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିବର୍ତିତ ସାମାଜିକ ବାସ୍ତବତା ଏବଂ ଆଇନଗତ ଢାଂଚାର ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଭବିଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ଆମର ଆଇନଗତ ବ୍ୟବସ୍ଥା କିଭଳି ଅଧିକ ସୁଦୃଢ଼ ହୋଇପାରିବ, ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ।
ଏହି ବୈଠକରେ ଲ’ କମିଶନର ଜଷ୍ଟିସ୍ ବିଶ୍ୱନାଥ ରଥ, ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଓଡ଼ିଶା ୟୁଏନଏଫପିଏ ମୁଖ୍ୟ ନଦୀମ ନୂର, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଓ ଆଇନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା