
ଭୁବନେଶ୍ୱର, 09 ମେ (ହି.ସ.)- ଜିଆରପି କନଷ୍ଟେବଲ୍ ସୌମ୍ୟ
ମୃତ୍ୟୁର ଖୁଲାସା କରିଛନ୍ତି ସାଙ୍ଗ ଓମ୍ ପ୍ରକାଶ । ଦୁଇ ଯୁବତୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି
ଓମ୍ ପ୍ରକାଶ । ସୌମ୍ୟ ଯୁବତୀଙ୍କୁ ମାଡ଼ ମାରିଥିବା ଘଟଣାକୁ ସ୍ୱୀକାର କରିଛନ୍ତି ।
ସୌମ୍ୟଙ୍କ ବନ୍ଧୁ ଅସଦାଚରଣ ଘଟଣାକୁ ଖଣ୍ଡନ କରିଛନ୍ତି । ଦୁଇ ଯୁବତୀ ମିଛ କହୁଥିବା ସେ
କହିଛନ୍ତି । ୭୦/୮୦ ଲୋକ ଘେରିଗଲେ, ୧୦ରୁ ୧୨ ଜଣ ପିଟିଥିଲେ । ମୁହଁକୁ
ଗୋଇଠା ମାଡ଼ ଓ ବାଉଁଶ ଫାଳିଆରେ ପିଟିଥିଲେ । ବିନା ୟୁନିଫର୍ମରେ ଭିଡ଼ ମଧ୍ୟରେ ପିସିଆର୍ ମଧ୍ୟ
ସୌମ୍ୟଙ୍କୁ ପିଟୁଥିଲା । ୟୁନିଫର୍ମରେ ଥିବା ପିସିଆର୍ ଚୁପ୍ ହୋଇ ଦେଖୁଥିଲେ । ଆଇନକୁ ହାତକୁ
ନେଇଥିବା ଲୋକଙ୍କୁ ଦଣ୍ଡ ମିଳିବା ଉଚିତ୍ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା