ଓଡ଼ିଶାରେ ଖୋଲିବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ
ଭୁବନେଶ୍ୱର, ୦୯ ମଇ (ହି.ସ.) - ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଖୋଲାଯିବ । ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ
prithiviraj harichandan


ଭୁବନେଶ୍ୱର, ୦୯ ମଇ (ହି.ସ.) - ଓଡ଼ିଶାରେ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ ପ୍ରତିଷ୍ଠା ପାଇଁ ସରକାର ଯୋଜନା କରିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ଖୋଲାଯିବ । ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିବ। ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଚାରପତିମାନେ ସାଇବର ଆଇନ ଓ ଟେକ୍ନୋଲୋଜି ବିଷୟରେ ବିଶେଷ ଜ୍ଞାନ ରଖିବେ। ଏହାଦ୍ୱାରା ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ। ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା ରହିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande