ରାଜ୍ୟରେ ଆଇନ୍ ଶୃଙ୍ଖଳା ନେଇ ଆଇନ୍ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ - ଯୁବ କଂଗ୍ରେସ
ଭୁବନେଶ୍ୱର, ୦୯ ମଇ (ହି.ସ.) - ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସଧାରଣ ସମ୍ପାଦକ ସୁଦୀପ ସାମଲ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମ ରେ ଡବଲ ଇଞ୍ଜିନ ସରକାର କୁ ଓଡ଼ିଶା ପାଇଁ ବିପଦପୂର୍ଣ୍ଣ ସରକାର ବୋଲି କହିଛନ୍ତି । ସେ କହିଛନନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁ
ରାଜ୍ୟରେ ଆଇନ୍ ଶୃଙ୍ଖଳା ନେଇ ଆଇନ୍ ମନ୍ତ୍ରୀଙ୍କ ବିବୃତି ଦୁର୍ଭାଗ୍ୟ ଜନକ - ଯୁବ କଂଗ୍ରେସ


ଭୁବନେଶ୍ୱର, ୦୯ ମଇ (ହି.ସ.) - ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାଜ୍ୟ ଯୁବ କଂଗ୍ରେସ ସଧାରଣ ସମ୍ପାଦକ ସୁଦୀପ ସାମଲ ଏକ ପ୍ରେସବିଜ୍ଞପ୍ତି ମାଧ୍ୟମ ରେ ଡବଲ ଇଞ୍ଜିନ ସରକାର କୁ ଓଡ଼ିଶା ପାଇଁ ବିପଦପୂର୍ଣ୍ଣ ସରକାର ବୋଲି କହିଛନ୍ତି । ସେ କହିଛନନ୍ତି ରାଜ୍ୟରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଥିବା ବେଳେ ରାଜ୍ୟର ବିଜେପି ସରକାର ନିଜର ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଗଣମାଧ୍ୟମରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାନପନ କରୁଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଓଡ଼ିଶା ଆଜି ଜାତୀୟ ଏବଂ ଆର୍ନ୍ତଜାତୀୟ ସ୍ତରରେ ନିନ୍ଦିତ ହେଉଥିବା ବେଳେ ରାଜ୍ୟ ସରକାରଙ୍କ ଆଇନମନ୍ତ୍ରୀ ଗଣମାଧ୍ୟମ ଆଗରେ ଯେଉଁ ଭଳି ଭାବରେ ପ୍ରତିକ୍ରିୟା ରଖିଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ। ବିଜେପି ସରକାର କ୍ଷମତାକୁ ଆସିବା ପୂର୍ବରୁ ଓଡ଼ିଶାବାସୀଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଧାରିବାକୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପାଣିର ଗାର ସଦୃଶ୍ୟ ରେ ପରିଲକ୍ଷିତ ହେଉଛି। ଗଣମାଧ୍ୟମ ମାଧ୍ୟମରେ ଆପଣ ମାନେ ଜାଣିଥିବେ ପ୍ରତେକ ଦିନ ଏ ସରକାର ଆସିବା ଦିନ ଠାରୁ ଆଇନ ଶୃଙ୍ଖଳା କିପରି ଭାବରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପୋଲିସ୍ ଯିଏ ରକ୍ଷକ ସାଜେ ଏ ସରକାର ନିଶା ବେପାରୀ, ଜମି ମାଫିଆ, ଚୋରା ଲଘୁ ଖଣିଜ ବ୍ୟବସାୟୀ ଙ୍କ ପାଖରେ ତାଙ୍କୁ ବନ୍ଧା ପକେଇ ଦେଇଛି। ରାଜଧାନୀ ଭୁବନେଶ୍ୱରର ଉପକଣ୍ଠ ବାଲିଅନ୍ତା, ବାଲିପାଟଣାରେ ଯେଉଁ ଅଭାବନୀୟ କାଣ୍ଡ ଘଟିଲା ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande