
ସୁବର୍ଣପୁର, ୨୪ ଜୁନ୍(ହି.ସ.) – ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ଏବଂ ଶିଶୁ ଅଧିକାର ସୁରକ୍ଷା ଉଦ୍ଦେଶ୍ୟରେ ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ପକ୍ଷରୁ ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି), ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍(ଡିସିପିୟୁ), ଚାଇଲ୍ଡଲାଇନ୍ ଏବଂ ପୋଲିସ ପ୍ରଶାସନର ସମନ୍ୱୟରେ ଏକ ଯୁଗ୍ମ ଚଢ଼ାଉ ଓ ଉଦ୍ଧାର ଅଭିଯାନ କରାଯାଇଥିଲା।
ଏହି ଅଭିଯାନ ସମୟରେ ଜିଲ୍ଲାର ବିଭିନ୍ନ ଦୋକାନ, ହୋଟେଲ, ଗ୍ୟାରେଜ, ସୁନା ଦୋକାନ ଓ କାର୍ଯ୍ୟଶାଳାରେ ଯାଂଚ କରାଯାଇଥିଲା। ଯାଂଚ ପରେ ମୋଟ ୬ ଜଣ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ହୋଇଥିବା ସମସ୍ତ କିଶୋରଙ୍କୁ ପରବର୍ତୀ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସୁବର୍ଣ୍ଣପୁର ଶିଶୁ ମଙ୍ଗଳ କମିଟି(ସିଡବ୍ଲ୍ୟୁସି) ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ