
କଂଗ୍ରେସର 'ଛାତ୍ରୋଂକି ଗୁଞ୍ଜ' ଅଭିଯାନ ଶୁଭାରମ୍ଭ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.) - ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଦ୍ୱାରା ଭୁବନେଶ୍ୱରରେ ଆୟୋଜିତ 'ଛାତ୍ରୋଂକି ଗୁଞ୍ଜ' ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଛାତ୍ରୋଂ କି ଗୁଞ୍ଜ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ଏଆଇସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ପୱନ ଖେରା ଗଣମାଧ୍ୟମ ଓ ଉପସ୍ଥିତ ଛାତ୍ରଛାତ୍ରୀ ଓ ଯୁବକ ଯୁବତୀଙ୍କୁ ସମ୍ବୋଧିତ କରିଛନ୍ତି।
ଶ୍ରୀ ଖେରା କହିଛନ୍ତି ଯେ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଲ୍ଲୀସ୍ଥିତ ବିଳାସମୟ କୋଠାରେ ଯୋଗ ଦିବସ ପାଳନ କରି ରିଲସ ତିଆରିରେ ବ୍ୟସ୍ତ କ୍ଷ ଏହା କଣ ଶିକ୍ଷମନ୍ତ୍ରୀଙ୍କ କାମ ? ଏମାନଙ୍କ ସରକାରରେ ବିଗତ ୧୦ ବର୍ଷରେ ୯୦ ଥର ପ୍ରଶ୍ନପତ୍ର ଲିକ ହୋଇ ୭ କୋଟି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ପରୀକ୍ଷା ଚର୍ଚ୍ଚା କରୁଛନ୍ତି । ପରୀକ୍ଷା କିଭଳି କରାଯାଏ ଜଣା ନାହିଁ, ପରୀକ୍ଷା କେମିତି ଦେବେ ଜ୍ଞାନ ଦେଉଛନ୍ତି । ପୁଣି ଯାହାଙ୍କ ଡିଗ୍ରୀ ଉପରେ ପ୍ରଶ୍ନବାଚୀ ଚି଼ହ୍ନ ଲାଗିଛି ।ରାହୁଳ ଗାନ୍ଧୀ କେତେ ବର୍ଷ ଆଗରୁ କହି ଆସୁଛନ୍ତି ଯେ ଛୁଆପିଲାଙ୍କ ଭବିଷ୍ୟତ ଉପରେ ଖେଳିବା ବନ୍ଦ କରନ୍ତୁ ବୋଲି । ବର୍ତମାନ ନିଟ-ଲିକ-ରିପିଟ ଏକ ପରମ୍ପରା ହୋଇ ଗଲାଣି । ଯେଉଁ ପିଲାମାନେ ନିଟ ଦେଉଛନ୍ତି ସେମାନଙ୍କ ପରିବାର ଉପରେ କଣ ବିତୁଥିବ ଟିକିଏ ଚିନ୍ତା କରନ୍ତୁ । ଯୁବପିଢ଼ିଙ୍କ ଭବିଷ୍ୟତ ଉପରେ ସମସ୍ତ ରାଜନୈତିକ ଦଳ ଏକଜୁଟ ହେବାର ଆବଶ୍ୟକତା ଅଛି ।
କୋଟାରେ ଆମେ ଛାତ୍ରଙ୍କ ଆକ୍ରୋଶ ଦେଖିବାକୁ ପାଇଲୁ । ସାରା ଦେଶରେ ଛାତ୍ର ସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି । ଯଦି ଠିକଣା ସମୟରେ ପଦକ୍ଷେପ ନିଆ ନ' ଯାଏ ତେବେ ଦେଶର ପ୍ରଭୂତ କ୍ଷତି ଘଟିବ ବୋଲି ଶ୍ରୀ ଖେଡା ସରକାରଙ୍କୁ ଚେତାଇ ଦେଇଛନ୍ତି କ୍ଷ ଭାରତର ୨୮ ଗୋଟି ସହରରେ ଆଜି ଏକା ସାଥିରେ ସାମ୍ବାଦିକ ସମ୍ମିଳନୀ ହେଉଛି। ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦରକାର କାରଣ ସେ ଉତରଦାୟୀ ଓ ପାପ କରିଛନ୍ତି । ପ୍ରଶ୍ନପତ୍ର ଛପାଠୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ ହେବା ଆବଶ୍ୟକ କ୍ଷ ବାର୍ଷିକ ପରୀକ୍ଷା, ଫଳାଫଳ ଘୋଷଣା ଆଦିର ବର୍ଷର ନିର୍ଦିଷ୍ଟ ଦିନ କରିବା ଉଚିତ ।
ମଞ୍ଚାସିନ ପୂର୍ଣ୍ଣଚନ୍ଦ୍ର ପାଢ଼ୀ (କୋକୋ) କହିଥିଲେ, ଆଜିଠାରୁ ଦୀର୍ଘ ୪୦ ଦିନ ଧରି କଂଗ୍ରେସ ଭୁବନେଶ୍ୱରର ପ୍ରତ୍ୟେକ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନ ଆଦିକୁ ଯାଇ ଛାତ୍ରଙ୍କ ଅସୁବିଧା ଓ ସମସ୍ୟା ଆଦି ବୁଝିବ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ ବୋଲି ସୂଚନା ଦେଇଥିଲେ ।
ଆଜିର ଏହି ଛାତ୍ରୋଂ କି ଗୁଞ୍ଜ କାର୍ଯ୍ୟକ୍ରମକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସଂଚାଳନ କରି ଥିବାବେଳେ ପୂର୍ବତନ ବିଧାୟକ ତଥା ପିସିସି ଉପସଭାପତି ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ, କୋକୋ ପାଢ଼ୀ, ପୂର୍ବତନ ଯୁବ କଂଗ୍ରେସ ସ୍ମୃତି ରଞ୍ଜନ ଲେଙ୍କା ମଞ୍ଚାସିନ ଥିଲେ କ୍ଷ ଅନେକ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସସ୍ମିତା ବେହେରା, ମିନାକ୍ଷୀ ବାହିନୀପତି, ନବଜ୍ୟୋତି ପଟ୍ଟନାୟକ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା