ଯୁବମୋର୍ଚ୍ଚା ପରିବର୍ଦ୍ଧିତ କାର୍ଯ୍ୟକାରଣୀ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର, ୨୫ ଜୁନ୍ (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାରର ୧୨ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ସଫଳତାର ସହ ପୂର୍ତି କରିଛି । ଆମ ଯୁବ କାର୍ଯ୍ୟକର୍ତାମାନଙ୍କ ଅଦମ୍ୟ ବି
yuva morcha


ଭୁବନେଶ୍ୱର, ୨୫ ଜୁନ୍ (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ବିଜେପି ସରକାରର ୧୨ ବର୍ଷ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ୨ ବର୍ଷ ସଫଳତାର ସହ ପୂର୍ତି କରିଛି । ଆମ ଯୁବ କାର୍ଯ୍ୟକର୍ତାମାନଙ୍କ ଅଦମ୍ୟ ବିଶ୍ୱାସ ଓ କଠିନ ପରିଶ୍ରମ ହିଁ ୨୦୩୬ ସୁଦ୍ଧା ରାଜ୍ୟକୁ ‘ସମୃଦ୍ଧ ଓଡିଶା’ ଗଠନ ଦିଗରେ ପ୍ରମୁଖ ଭୁମିକା ଗ୍ରହଣ କରିବ । ଆଗାମୀ ଦିନରେ ଓଡିଶାକୁ ଉଭୟ ସରକାରଙ୍କ ସଫଳତା, ଜନକଲ୍ୟାଣ ଯୋଜନାଗୁଡିକୁ ଜନ ଜନରେ ପହଂଚାଇବା ସହ ସଂଗଠନକୁ ଆହୁରି ଅଧିକ ସୁଦୃଢ କରିବାକୁ ଗୁରୁବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେଇ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆହ୍ୱାନ ଦେଇଛନ୍ତି ।

ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ ନୂତନ କାର୍ଯ୍ୟକାରିଣୀ ସଦସ୍ୟମାନଙ୍କୁ ନିଜର ଦାୟିତ୍ୱ ସମ୍ପର୍କରେ ଅବଗତ କରାଇବା ସହ ସଫଳତା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ।

ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପଣ୍ଡା କହିଛନ୍ତି ଯେ; ରାଷ୍ଟ୍ର ହେଉଛି ସର୍ବୋପରୀ । ସଂଗଠନକୁ ଶକ୍ତିଶାଳୀ କରି ତଳ ସ୍ତରରେ ପହଁଚାଇବା ଆମର ଲକ୍ଷ୍ୟ । ଭାରତୀୟ ଜନତା ପାର୍ଟିର ସଫଳତା, କାର୍ଯ୍ୟକର୍ତାଙ୍କ ତ୍ୟାଗ, ତପସ୍ୟା ଓ ବଳିଦାନକୁ ପାଥେୟ କରି ସମାଜର ତଳ ଶ୍ରେଣୀର ଥିବା ଲୋକମାନଙ୍କ ପାଇଁ ବିଜେପି ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପହଁଚାଇବା ପାଇଁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାମାନେ କାର୍ଯ୍ୟ କରୁଛନ୍ତି । ବିଜେପି ସରକାରରେ ଯୁବବର୍ଗଙ୍କ ବିକାଶ ପାଇଁ ଶିଳ୍ପାୟନ, ଦକ୍ଷତା ବିକାଶ, ଷ୍ଟାର୍ଟଅପ୍?କୁ ଗୁରୁତ୍ୱ ଦିଆଯାଉଛି । ଅନ୍ୟ ପଟେ ଇତିହାସକୁ ସ୍ମରଣ କରି କଂଗ୍ରେସର କଳା ଇତିହାସ, ସମ୍ବିଧାନର ହତ୍ୟା, ଜରୁରୀକାଳୀନର କ୍ରୁରତା ଓ ବର୍ବରତା ଆଦି ବିଷୟକୁ ବ୍ୟାପକ ଭାବରେ ନୂତନ ପିଢୀକୁ ଅବଗତ କରିବାକୁ ଶ୍ରୀ ପଣ୍ଡା ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟର ସାଂପ୍ରତିକ, ରାଜନୈତିକ ଓ ସାମାଜିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଗଲା ବୋଲି ଶ୍ରୀ ପଣ୍ଡା ସୁଚନା ଦେଇଛନ୍ତି ।

ଏହି ବୈଠକରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ମାନସ କୁମାର ସାହୁ, ଶ୍ରୀ ଶକ୍ତି ରଞ୍ଜନ ଶତପଥୀ ଓ ଶ୍ରୀ ରତନ ବାଣୀକଙ୍କ ସମେତ ଯୁବମୋର୍ଚ୍ଚାର ସମସ୍ତ ପଦାଧିକାରୀ, ଜିଲ୍ଲା ସଭାପତି ଏବଂ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande