

ସମ୍ବଲପୁର, ୨୪ ଜୁନ୍(ହି.ସ.) – ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଫର୍ମ ଗ୍ରହଣ, ଦାଖଲ ଓ ଡିଜିଟାଇଜେସନ୍ ଅବଧି ୨୮ ଜୁନ୍ ପର୍ଯ୍ୟନ୍ତ ଥିବା ସତ୍ୱେ ସମ୍ବଲପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଡ. ପୁଷ୍ପାଞ୍ଜଳି ପଣ୍ଡାଙ୍କ ପ୍ରତ୍ୟେକ୍ଷ ତଦାରଖରେ ସମସ୍ତ ୧୯୭ ବୁଥ୍ର ଶତପ୍ରତିଶତ ଡିଜିଟାଇଜେସନ୍ କାର୍ଯ୍ୟ ୨୩.୦୬.୨୦୨୬ ରିଖରେ ସଫଳତା ପୂର୍ବକ ସମ୍ପୂର୍ଣ୍ଣ ହୋଇସାରିଛି।
ଉକ୍ତ ପ୍ରକ୍ରିୟାରେ ମୋଟ୍ ୨,୧୩,୦୦୦ ଜଣ ନିର୍ବାଚକଙ୍କ ତଥ୍ୟ ଡିଜିଟାଇଜେସନ୍ କରାଯାଇଛି। ୨୪ ଓ ୨୫ ଦୁଇଦିନ ଧରି ସମ୍ବଲପୁର ବିଧାନସଭା କ୍ଷେତ୍ରରେ ସମସ୍ତ ବୁଥ୍ ସ୍ତରରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବିଏଲ୍ଓ, ବିଏଲ୍ଓ ସୁପରଭାଇଜର, ଏଇଆର୍ଓ ମିଶି ଏଏସ୍ଡି ଭୋଟର୍ ଲିଷ୍ଟର ପୁନଃ ଯାଂଚ କାର୍ଯ୍ୟ କରୁଛନ୍ତି। ଆସନ୍ତା ୦୫.୦୭.୨୦୨୬ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶନ କରାଯିବାକୁ ଥିବାବେଳେ ୦୫.୦୭.୨୦୨୬ରୁ ୦୪.୦୮.୨୦୨୬ ମଧ୍ୟରେ ଭୋଟରଙ୍କ ଠାରୁ ଦାବି ଓ ଆପତି ଗ୍ରହଣର ସମୟସୀମା ସମ୍ବନ୍ଧରେ ସର୍ବସାଧାରଣଙ୍କୁ ଅବଗତ କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ