
ଝାରସୁଗୁଡ଼ା, ୨୪ ଜୁନ୍(ହି.ସ.) – ନୂତନ ଶିକ୍ଷାବର୍ଷରେ +୩ ନାମଲେଖା ପ୍ରକ୍ରିୟାକୁ ସହଜ ଓ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଝାରସୁଗୁଡ଼ା ମଙ୍ଗଳବଜାରସ୍ଥିତ ମହିଳା ମହାବିଦ୍ୟାଳୟ ପରିସରରେ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ‘ସହାୟତା କେନ୍ଦ୍ର’ କାର୍ଯ୍ୟକ୍ଷମ ହୋଇଛି। ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆରମ୍ଭ ହୋଇଥିବା ଏହି ପଦକ୍ଷେପକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ସ୍ୱାଗତ କରାଯାଇଛି।
ବୁଧବାର ପୂର୍ବତନ ବିଧାୟିକା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦିକା ଦୀପାଳି ଦାସ ସହାୟତା କେନ୍ଦ୍ରରେ ପହଂଚି ଛାତ୍ରୀ ଓ ଅଭିଭାବକଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେ ନାମଲେଖା ପ୍ରକ୍ରିୟା, ଉପଯୁକ୍ତ ବିଷୟ ଚୟନ ଏବଂ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ସହଯୋଗ ପ୍ରଦାନ କରିଥିଲେ। ଛାତ୍ରୀମାନଙ୍କ ଉଚ୍ଚଶିକ୍ଷା ଯାତ୍ରାକୁ ସରଳ ଓ ସୁଗମ କରିବା ଏହି କେନ୍ଦ୍ରର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ କହିଥିଲେ। ଏହା ସହ ସମସ୍ତ ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
ଏହି ଅବସରରେ ଜିଲ୍ଲା ଯୁବ ବିଜେଡି ସଭାପତି ରୁବିନ ପାଣ୍ଡେ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଶିବାଶିଷ ପଟ୍ଟନାୟକ, ଜିଲ୍ଲା ବିଜୁ ଜନତା ଦଳ ସଭାପତି ହରିଶ ଗନାତ୍ରା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପିଂଟୁ ପାଢ଼ୀ, ଝାରସୁଗୁଡ଼ା ବ୍ଲକ ବିଜେଡି ସଭାପତି ଦାମୋଦର ନାଥଙ୍କ ସମେତ ଅଶୋକ ଦାସ, ଶିବୁ ପଟ୍ଟନାୟକ, ଗଙ୍ଗା ଦାସ, କାହ୍ନା ପୋଢ଼, ଲିପୁନ ସିଂ, ରାହୁଲ ସାହୁ ଓ ଅନ୍ୟାନ୍ୟ ଦଳୀୟ କର୍ମକର୍ତା ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ସଂଗଠନ ପକ୍ଷରୁ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ଏହି ଜନହିତକର ପଦକ୍ଷେପକୁ ସାଧାରଣ ମହଳରେ ପ୍ରଶଂସା କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ