ପୁଇଁତଲା ପ୍ରଗତି ଏଫ୍ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ
ବଲାଙ୍ଗୀର, ୨୪ ଜୁନ୍(ହି.ସ.) – କୃଷକଙ୍କ ଆୟ ବୃଦ୍ଧି ଏବଂ ଉନ୍ନତ ମାନର ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ କୁଣ୍ଡାମାଲ ଗ୍ରାମରେ ପୁଇଁତଲା ପ୍ରଗତି ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍ ପକ୍ଷରୁ ଏକ ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ ୟୁ
ପୁଇଁତଲା ପ୍ରଗତି ଏଫ୍ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ


ପୁଇଁତଲା ପ୍ରଗତି ଏଫ୍ପିସିର ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ଉଦ୍ଘାଟିତ


ବଲାଙ୍ଗୀର, ୨୪ ଜୁନ୍(ହି.ସ.) – କୃଷକଙ୍କ ଆୟ ବୃଦ୍ଧି ଏବଂ ଉନ୍ନତ ମାନର ବିହନ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ ଅନ୍ତର୍ଗତ କୁଣ୍ଡାମାଲ ଗ୍ରାମରେ ପୁଇଁତଲା ପ୍ରଗତି ଫାର୍ମର ପ୍ରୋଡ୍ୟୁସର କମ୍ପାନୀ ଲିମିଟେଡ୍ ପକ୍ଷରୁ ଏକ ଡାଲି ଓ ଧାନ ବିହନ ପ୍ରକ୍ରିୟାକରଣ ୟୁନିଟ୍ ଉଦ୍ଘାଟିତ ହୋଇଯାଇଛି। ଏଲ୍ଟିଆଇ ଫାଉଣ୍ଡେସନ ଏବଂ ମହାଶକ୍ତି ଫାଉଣ୍ଡେସନ ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ଉଦ୍ଘାଟନୀ ସମାରୋହରେ ପୁଇଁତଲା ବ୍ଲକର ବିଡିଓ ଶ୍ରୀ ଅମରେନ୍ଦ୍ର ସ୍ୱାଇଁ(ଓଏଏସ୍) ମୁଖ୍ୟ ଅତିଥି ଭାବେ ଯୋଗଦେଇ ୟୁନିଟ୍ ଶୁଭ ଉଦ୍ଘାଟନ କରିଥିଲେ। ନାବାର୍ଡର ଜିଲ୍ଲା ବିକାଶ ପ୍ରବନ୍ଧକ ଡ଼. ବିବେକ କୁମାର ନାୟକ, ରାଇଟ୍ ପ୍ରିନ୍ସିପାଲ୍ ସୁଧାକର ନନ୍ଦ, ଆନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବୈଜ୍ଞାନିକ ଡ଼. ମୋଶରାଫ ହୋସେନ, ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଯୁଗଳ କିଶୋର ପଟ୍ଟନାୟକ ଏବଂ କେଭିକେ ବଲାଙ୍ଗୀରର ମୁଖ୍ୟ ଡ଼. ସତ୍ୟମୟ ଶତପଥୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ କୃଷକ ଅଂଶୀଦାର ଉପସ୍ଥିତ ରହିଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଏହି ପ୍ରକ୍ରିୟାକରଣ ୟୁନିଟ୍ କୃଷକମାନଙ୍କ ପାଇଁ ଏକ ମାଇଲଖୁଂଟ ସାବ୍ୟସ୍ତ ହେବ। ଏହା ମାଧ୍ୟମରେ ଉନ୍ନତ ଗୁଣବତାର ବିହନ ପ୍ରସ୍ତୁତି, ସଂରକ୍ଷଣ ଏବଂ ବଜାରକରଣ ସହଜ ହେବା ସହ କୃଷକଙ୍କ ଆୟ ବୃଦ୍ଧିରେ ସହାୟକ ହେବ। ପୁଇଁତଲା ପ୍ରଗତି ଏଫ୍ପିସିଏଲ୍ର ମୁଖ୍ୟ ନିର୍ବାହୀ ଅଧିକାରୀ ମୋତିଲାଲ ମିଶ୍ର ସମଗ୍ର କାର୍ଯ୍ୟକ୍ରମର ସଫଳ ସଂଯୋଜନା କରିଥିଲେ। କୃଷକଙ୍କ ସାମୂହିକ ଉଦ୍ୟମ ଏବଂ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ସ୍ଥାପିତ ଏହି ୟୁନିଟ୍ ଅଂଚଳର କୃଷିଭିତିକ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ ବୋଲି ମତପ୍ରକାଶ ପାଇଛି। ଏହି ଅବସରରେ ସଫଳ ଚାଷୀ, ସ୍ୱୟଂ ସହାୟକ ଗୋଷ୍ଠୀ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଓଡ଼ିଶା ସରକାରଙ୍କ ଗୁଣବତା ଧାନ ଚାଷ ପ୍ରୋତ୍ସାହନ ଯୋଜନାରେ ଅତିଥିମାନଙ୍କ ଦ୍ୱାରା ବିହନ ବଂଟନ ଶୁଭାରମ୍ଭ କରାଯାଇଥିଲା। ସ୍ଥାନୀୟ କୃଷକମାନେ ମଧ୍ୟ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ, ଏହା ଅଂଚଳର କୃଷି ଉନ୍ନତି ଏବଂ କୃଷକ ସଶକ୍ତିକରଣ ଦିଗରେ ଏକ ନୂତନ ଅଧ୍ୟାୟ ରଚନା କରିବ ବୋଲି ଆଶା ପ୍ରକାଶ କରିଛନ୍ତି। ନିର୍ଦ୍ଦେଶକ ପ୍ରଦୀପ ପଧାନ, ସୁରେନ୍ଦ୍ର ମହାକୁର, ବୃନ୍ଦାବନ କ୍ଷେତି, ତ୍ରିନାଥ ମହାକୁର ମଧୁସୂଦନ କ୍ଷେତି, ଯାଜ୍ଞସେନୀ ବଗର୍ତୀ, ବସୁଦେବ ବସ୍ତିଆ, ପ୍ରହଲ୍ଲାଦ ଡାଙ୍ଗ, ଲକ୍ଷଣ ଡାଙ୍ଗ ଓ ଅନ୍ୟମାନେ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande