
ଭୁବନେଶ୍ୱର, ୨୪ ଜୁନ୍ (ହି.ସ.)- ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରି କହିଲେ ଯେ ସେବାଦଳ କଂଗ୍ରେସ ଦଳର ଏକ ଆଗୁଆ ବାହିନୀ।
ଦଳୀୟ ସଂଗଠନର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେବାଦଳ ଅଂଶଗ୍ରହଣ କରି ତାର ପରାକାଷ୍ଠା ଦେଖାଇଛି। ଆଗାମୀ ଦିନରେ ସେବାଦଳକୁ କିଭଳି ଆହୁରି ସୁଦୃଢ଼ କରାଯାଇପାରିବ ସେ ସମ୍ପର୍କରେ ସେ ଉପସ୍ଥିତ ପଦାଧିକାରୀଙ୍କ ମତାମତ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ନିଜର ମତ ରଖି ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନଗୋ ଓ ସୁରେଶ କୁମାର ରାଉତରାୟ ଏବଂ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା କହିଲେ ଯେ ସ୍ୱାଧୀନତା ପୂର୍ବରୁ କଂଗ୍ରେସ ଦଳର ଏକ ଅଙ୍ଗ ଭାବରେ ସେବାଦଳ କାର୍ଯ୍ୟକରି ଆସୁଛି। ବର୍ତମାନ ପ୍ରତ୍ୟେକ ପଂଚାୟତ ଓ ଗ୍ରାମରେ ସେବାଦଳର କର୍ମୀମାନେ ସକ୍ରୀୟ ଭାବରେ କାର୍ଯ୍ୟକରୁଛନ୍ତି। ଏହାକୁ ଅଧିକ ସଂଗଠିତ କରିବାକୁ ନୂତନ କର୍ମୀମାନଙ୍କୁ ଚୟନ କରି ପ୍ରଶିକ୍ଷଣ ଶିବିର ଆୟୋଜନ ହେବା ନିହାତି ଦରକାର। ସେବାଦଳ ଦୃଢ଼ିଭୁତ ହୋଇପାରିଲେ କଂଗ୍ରେସ ସୁଦୃଢ଼ ହେବବୋଲି ମତ ଦେଇଥିଲେ। ସେବାଦଳ ପ୍ରଭାରୀ ଶ୍ରୀ ନରେନ୍ଦ୍ର ଭଟ୍ଟି କହିଲେ ଯେ ଅତିତରେ ସେବାଦଳ ଅନେକ ପରାକାଷ୍ଠା ଦେଖାଇଛି। ବର୍ତମାନ ନୂତନ ଯୁବକ ଯୁବତୀ ମାନଙ୍କୁ ପ୍ରଶିକ୍ଷିତ କରାଯାଇ
ସେମାନଙ୍କୁ ସେବାଦଳର ନୀତି, ନିୟମ ଓ ଶୃଙ୍ଖଳା ସମ୍ପର୍କରେ ଅବଗତ କରାଯିବା ଦରକାର। ସେଥିପାଇଁ ପ୍ରଥମେ ରାଜ୍ୟସ୍ତରରେ ପ୍ରତ୍ୟେକ ଜିଲ୍ଲାରୁ ୧୦ ରୁ ୧୫ ଜଣ ଶିବିରାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯିବ ଓ ପରେ ପ୍ରତ୍ୟେକ ଜିଲ୍ଲାୱାରି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବାପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଂଗ୍ରେସ ଭବନ ପରିସରରେ ଦଳୀୟ ପତାକା ଉତୋଳନ କରାଯାଇଥିଲା। ପରେ ସେବାଦଳର ଏକ ଶୋଭାଯାତ୍ରା କଂଗ୍ରେସ ଭବନରୁ ବାହାରି ସହର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମକୁ କଂଗ୍ରେସ ନେତା ଶ୍ରୀ ଦୀପକ କୁମାର ସାହୁ ଓ ମିହିର ରଞ୍ଜନ ଆଚାର୍ଯ୍ୟ ସହଯୋଗ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା