ଝାରପଡା ଜେଲରେ ୫ରୁ ଊର୍ଦ୍ଧ୍ଵ କଏଦୀ ଅସୁସ୍ଥ; କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, କାରଣ ଅସ୍ପଷ୍ଟ, ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା
ଭୁବନେଶ୍ୱର, 24 ଜୁନ୍ (ହି.ସ.): ଭୁବନେଶ୍ୱର ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ ହଠାତ୍ ୫ରୁ ଊର୍ଦ୍ଧ୍ଵ କଏଦୀ ଅସୁସ୍ଥ ହୋଇପଡିଛନ୍ତି। ଗତକାଲି (ମଙ୍ଗଳବାର) ରାତିରେ ଅସୁସ୍ଥ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୩ ଗୁରୁତର
ଝାରପଡା ଜେଲରେ ୫ରୁ ଊର୍ଦ୍ଧ୍ଵ କଏଦୀ ଅସୁସ୍ଥ; କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି, କାରଣ ଅସ୍ପଷ୍ଟ, ପୋଲିସ ପକ୍ଷରୁ କଡା     ସୁରକ୍ଷା ବ୍ୟବସ୍ଥା


ଭୁବନେଶ୍ୱର, 24 ଜୁନ୍ (ହି.ସ.): ଭୁବନେଶ୍ୱର ଝାରପଡ଼ାସ୍ଥିତ ସ୍ୱତନ୍ତ୍ର କାରାଗାରରେ

ହଠାତ୍ ୫ରୁ ଊର୍ଦ୍ଧ୍ଵ କଏଦୀ ଅସୁସ୍ଥ ହୋଇପଡିଛନ୍ତି। ଗତକାଲି (ମଙ୍ଗଳବାର) ରାତିରେ ଅସୁସ୍ଥ

କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥଙ୍କ ମଧ୍ୟରୁ ୩ ଗୁରୁତର

ଥିବା ସୂଚନା ମିଳିଛି। ନିମ୍ନମାନର ଖାଦ୍ୟ ଖାଇ କଏଦୀମାନେ ଅସୁସ୍ଥ ହୋଇପଡିଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ଜେଲରେ କଏଦୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଆଉ କିଛି କଏଦୀମାନେ

ମଧ୍ୟ ସାମାନ୍ୟ ଅସୁସ୍ଥତା ଅନୁଭବ କରୁଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ କ୍ୟାପିଟାଲ

ହସ୍ପିଟାଲରେ କମିଶନରେଟ୍ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବନ୍ଧୁକଧାରୀ

ପୋଲିସ କର୍ମୀ ହସ୍ପିଟାଲ ପରିସରରେ ଜଗି ରହିଛନ୍ତି। ଏପରିକି ଭୁବନେଶ୍ୱର ଡିସିପି ଜଗମୋହନ ମୀନା

ହସ୍ପିଟାଲ ଯାଇ ସ୍ଥିତି ପରଖିବା ସହ ଘଟଣା ବିଷୟରେ ପଚାରି ବୁଝିଛନ୍ତି। ଅନ୍ୟପକ୍ଷରେ ଏନେଇ ଜେଲ

କତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

କଏଦୀମାନେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ଏଠାରେ କଡା ସୁରକ୍ଷା

ବ୍ୟବସ୍ଥା କରାଯାଇଥିବା ନେଇ ଡିସିପି ସୂଚନା ଦେଇଛନ୍ତି । ଏନେଇ ଡିସିପି ମୀନା କହିଛନ୍ତି, ଅସୁସ୍ଥଙ୍କ ମଧ୍ୟରୁ ୪ ଜଣ ବିଚାରଧୀନ କିଏଦୀ ଥିବାବେଳେ

ଜଣେ ଦଣ୍ଡ ଭୋଗୁଥିବା ଦୋଷୀ କଏଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣ ଆଇସିୟୁରେ ଅଛନ୍ତି।

କାହିଁକି ଏଭଳି ସ୍ଥିତି ଉପୁଜିଲା ସେନେଇ ଆମେ ଜାଣିବାକୁ ଚେଷ୍ଟା କରୁଛୁ। ଡାକ୍ତରମାନେ ମଧ୍ୟ

ଜାଣିବାକୁ ଚେଷ୍ଟା କରୁଛନ୍ତି। ଜେଲରେ ଆଉ ଦୁଇ ଜଣ କଏଦୀ ମଧ୍ୟ ଅସୁସ୍ଥ ଅଛନ୍ତି। ସେମାନେ

ହସ୍ପିଟାଲ ଆସିପାରନ୍ତି। ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲରେ

ସୁରକ୍ଷାକର୍ମୀ ନିୟୋଜିତ କରିବାକୁ କୁହାଯାଇଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ହସ୍ପିଟାଲରେ

ସ୍ୱତନ୍ତ୍ର ପୋଲିସ ଟିମ୍ ନିୟୋଜିତ କରାଯାଇଛି ବୋଲି ଡିସିପି କହିଛନ୍ତି।

ଏଠାରେ ସୂଚନାଯୋଗ୍ୟ,ଝାରପଡ଼ା ଜେଲରେ

କଏଦୀମାନେ ସନ୍ଧ୍ୟା ସମୟରେ ଖାଦ୍ୟ ଗ୍ରହଣ କରିଥିଲେ। ଏହାର ପ୍ରାୟ ୩ଘଣ୍ଟା ପରେ ସମସ୍ତେ ନିଜ

ନିଜ ସେଲ୍କୁ ଯାଇଥିଲେ। ଏକାଧିକ ୱାର୍ଡରୁ କଏଦୀଙ୍କ ଦେହ ଅସୁସ୍ଥ ହେବା ଆରମ୍ଭ ହୋଇଯାଇଥିଲା।

କଏଦୀମାନଙ୍କ ଦେହରୁ ଝାଳ ବାହାରିବା ଆରମ୍ଭ ହୋଇଥିଲା। ଜଣେ ପରେ ଜଣେ ଧଇଁସଇଁ ହୋଇ ଚେତାଶୂନ୍ୟ

ହୋଇ ପଡ଼ିଥିଲେ। ତେବେ ଖାଦ୍ୟରେ କିଛି ଅପମିଶ୍ରଣ ଥିଲା ବୋଲି ଅନୁମାନ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande