
କେନ୍ଦ୍ରାପଡ଼ା, ୮ ଜୁନ୍ (ହି.ସ.)- ଦୁହୁରିଆ ସ୍ଥିତ ସତସଙ୍ଗ ବିହାର ପରିସରରେ ପରମ ପୂଜ୍ୟପାଦ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କର ଶୁଭ ୫୯ତମ ପୁଣ୍ୟ ଆବିର୍ଭାବ ଦିବସ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସୋମବାର ବ୍ରାହ୍ମ ମୁହୂର୍ତ୍ତରେ ଶ୍ରୀଶ୍ରୀ ଆଚାର୍ଯ୍ୟ ଦେବଙ୍କର ଶୁଭ ଜନ୍ମ ଲଗ୍ନ ଘୋଷଣା କରାଯାଇଥିଲା। ଏହା ପରେ ବେଦ ପାଠ, ଉଷା କୀର୍ତ୍ତନ, ସମବେତ ଉଷା ବିନତୀ, ଗ୍ରନ୍ଥପାଠ, ମାତୃ ସମ୍ମିଳନୀ, ସତସଙ୍ଗ ଓ ସଦାଲୋଚନା ଆଦି ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସତସଙ୍ଗ କେନ୍ଦ୍ରର ସହ ପ୍ରତି ରିତ୍ବିକ ଦୁର୍ଯୋଧନ ରଥ ଓ ଗୁରୁଚରଣ ପରିଡ଼ା ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଯାଜକ ଓ ଅଧ୍ବର୍ଯ୍ୟୁଙ୍କ ସମେତ ଶତାଧିକ ଗୁରୁଭାଇ ଓ ମା'ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ