

ସମ୍ବଲପୁର, ୦୮, ଜୁନ୍ (ହି.ସ.)
ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ବଡରମା ରେଞ୍ଜ ଉଡ଼ସୁଙ୍ଗ ସେକ୍ସନ ଅଧିନସ୍ଥ ବିଭିନ୍ନ ଅଞ୍ଚଳରେ ବନବିଭାଗ ପକ୍ଷରୁ ଜୋରଦାର ଚଡାଉ ଆରମ୍ଭ କରିଛି । ଏହି ଚଢ଼ାଉ ବେଳେ ଦୁଇଟି ଦେଶୀ ବନ୍ଧୁକ ଜବତ କରିବା ସହିତ ୭ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି । ବଡରମା ଅଭୟାରଣ୍ଯରେ ବନ୍ୟଯନ୍ତୁ ଶିକାର ଉଦ୍ଦେଶ୍ୟରେ ବେଆଇନ ଭାବେ ଦେଶୀ ବନ୍ଧୁକ ଧରି ବନ୍ୟପ୍ରାଣୀଙ୍କୁ ଟାର୍ଗେଟ କରି ଶିକାର କରିବାର ଯୋଜନା କରୁଥିବା ନେଇ ବନ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା । ଏଭଳି ସୂଚନା ଆଧାରରେ ବଡରମା ରେଞ୍ଜର ଗିରିଧାରୀ ପ୍ରଧାନଙ୍କ ତତ୍ବାବଧାନରେ ଏକ ସ୍ବତନ୍ତ୍ର ଟିମ ଉଦସୁଙ୍ଗ ସେକ୍ସନର ପ୍ରାୟ ୧୦ରୁ ଅଧିକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ବେଳେ ପୃଥକ ପୃଥକ ସ୍ଥାନରେ ଶିକାର ଉଦ୍ଦେଶ୍ୟରେ ଛେକ ଲଗାଇଥିବା ୭ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ବନବିଭାଗ ଘଟଣା ସ୍ଥଳରୁ ଗିରଫ କରିଥିଲା । ଏସମ୍ପର୍କରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ଅଧିକ ସୂଚନା ପାଇଁ ଜେରା କରୁଥିବା ବଡରମା ରେଞ୍ଜର ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ