ବିଦ୍ୟୁତ ତାର ଚୋରୀ ମାମଲାରେ ୪ ଗିରଫ
ଭଦ୍ରକ, ୮ ଜୁନ୍ (ହି.ସ.) - ବିଦ୍ୟୁତ ତାର ଚୋରୀ ମାମଲାରେ ଚାରି ଜଣକୁ ବାସୁଦେବପୁର ପୋଲିସ ଗିରଫ କରିଛି ।ରାଧନାଥପୁର ମନ୍ଦାରୀ ଗ୍ରାମର ଶଙ୍କୁରୁ ମଲିକ୍ ,ଚୁଡାମଣି ଗ୍ରାମରଅନୀଲ କୁମାର ମହାଲିକ୍,ସୁକଦେବପୁରର କାଜିମ ଖାନ,ହଳଦିଡିହ ପଠାଣମହଲାର ଅବଦୁଲ ରେହେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି
BIDYUT CHORI CASE - 4 ARREST


ଭଦ୍ରକ, ୮ ଜୁନ୍ (ହି.ସ.) - ବିଦ୍ୟୁତ ତାର ଚୋରୀ ମାମଲାରେ ଚାରି ଜଣକୁ ବାସୁଦେବପୁର ପୋଲିସ ଗିରଫ କରିଛି ।ରାଧନାଥପୁର ମନ୍ଦାରୀ ଗ୍ରାମର ଶଙ୍କୁରୁ ମଲିକ୍ ,ଚୁଡାମଣି ଗ୍ରାମରଅନୀଲ କୁମାର ମହାଲିକ୍,ସୁକଦେବପୁରର କାଜିମ ଖାନ,ହଳଦିଡିହ ପଠାଣମହଲାର ଅବଦୁଲ ରେହେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ପଦ୍ମପୁର ଗ୍ରାମର କୃଷ୍ଣ୍ନଚନ୍ଦ୍ର ଧୂପାଳଙ୍କ ଲିଖିତ ରିପୋର୍ଟ ପ୍ରଦାନ କରିଥିଲେ ଯେ ସେ ଲିଫ୍ଟ ଜଳସେଚନ ବିଭାଗ ଅଧୀନରେ ଠିକାଦାର ଭାବରେ କାମ କରୁଛନ୍ତି। ସେ ଶୁଭେନ୍ଦୁ ପଣ୍ଡାଙ୍କ ଘରେ ରହି ଏବଂ ସେହି ଘରେ ସାମଗ୍ରୀ ରଖି ବୈଦ୍ୟୁତିକ ବିଭାଗ ଅଧୀନରେ ବୈଦ୍ୟୁତିକ ବିଭାଗ ଅଧୀନରେ ବୈଦ୍ୟୁତିକ ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି। ଗତ ଦୁଇ ତାରିଖ ରାତିରେ ତାଙ୍କ କର୍ମଚାରୀମାନେ ଶୁଭେନ୍ଦୁ ପଣ୍ଡାଙ୍କ ଘରେ ବାରଣ୍ଡାରେ ବିଶ୍ରାମ ନେଉଥିଲେ ଏବଂ ସେହି ରାତିରେ କିଛି ଅପରାଧୀ କବାଟ ଭାଙ୍ଗି ଶୁଭେନ୍ଦୁ ପଣ୍ଡାଙ୍କ ଘରୁ ୧୧ କେଭି କଣ୍ଡକ୍ଟର ବିଦ୍ୟୁତ୍ ତାରର ୨ ବଣ୍ଡଲ ଚୋରି କରିଥିବାରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande