
କନ୍ଧମାଳ , ୦୮ ଜୁନ୍ (ହି.ସ.)
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପ୍ରେକ୍ଷାଳୟ ପ୍ରକୋଷ୍ଠ ରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଙ୍କ ଅଧୟକ୍ଷତାରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀଯୁକ୍ତ ବେଦ ଭୂଷଣ ଯୋଗ ଦେଇ ମୋଟ ୬୧ ଟି ଅଭିଯୋଗ ଶୁଣି ଥିଲେ ସେଥି ମଧ୍ୟରୁ ଗ୍ରାମୀଣ ଘର ୮ ଟି ଉନ୍ନୟନ ବିଭାଗୀୟ ସମ୍ବନ୍ଧୀୟ ୭ ଟି ବାର୍ଦ୍ଧକ୍ୟ ଭତ୍ତା ସମ୍ବନ୍ଧୀୟ ୪ ଟି ଜମିଜମା ସମ୍ବନ୍ଧୀୟ ୧୨ ଟି ଅନ୍ୟାନ୍ୟ ୧୪ ଟି ରାସନ୍ କାର୍ଡ ୩ ଟି ଜଳ ସମସ୍ୟା ୪ ଟି ସ୍ୱାସ୍ଥ୍ୟ ସମସ୍ୟା ୪ ଟି ଅବକାରୀ ସମସ୍ୟା ୧ ଟି ଏହିପରି ମୋଟ ୬୧ ଟି ଅଭିଯୋଗ ର ଶୁଣାଣି କରି ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପେନସନ ଆଇ ଏସ ଶ୍ରବଣ ସିଂ ଉପଜିଲ୍ଲାପଳ ପ୍ରଣିତା ଦାସ ସମନିତ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ କୃପସିନ୍ଧୁ ବେହେରା ତହସିଲଦାର ସମୁଦ୍ର ମିଶ୍ର ଉପଖଣ୍ଡ ପୋଲିସ ଅଧିକାରୀ ଏ ଶିବ ରେଡ୍ଡୀ ମଞ୍ଚାସୀନ ଥିବା ବେଳେ ସମସ୍ତ ଲାଇନ୍ସ ବିଭାଗୀୟ ଅଧିକାରୀ ଦିନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥାଇ କାର୍ଯ୍ୟକ୍ରମ କୁ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଅନିଲ କୁମାର ନାୟକ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ