ଆମ ଆଦମୀ ପାର୍ଟିର ସାଂଗଠନିକ ବୈଠକ ଅନୁଷ୍ଠିତ
କେନ୍ଦୁଝର, ୦୮ ଜୁନ୍ (ହି.ସ.) - ଆମ ଆଦମୀ ପାର୍ଟି (ଇଇଚ) କେନ୍ଦୁଝର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଝରଣା ନାଏକଙ୍କ ନେତୃତ୍ୱରେ ଏବଂ ଝୁମ୍ପୁରା ବ୍ଲକ ସଭାପତି ଦିଲେଶ୍ୱର ମହାନ୍ତଙ୍କ ସଂଯୋଜନାରେ ନହବେଡା ଓ ଖେଣ୍ଡରା ପଂଚାୟତର କର୍ମୀମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବ
App party


କେନ୍ଦୁଝର, ୦୮ ଜୁନ୍ (ହି.ସ.) - ଆମ ଆଦମୀ ପାର୍ଟି (ଇଇଚ) କେନ୍ଦୁଝର ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଝରଣା ନାଏକଙ୍କ ନେତୃତ୍ୱରେ ଏବଂ ଝୁମ୍ପୁରା ବ୍ଲକ ସଭାପତି ଦିଲେଶ୍ୱର ମହାନ୍ତଙ୍କ ସଂଯୋଜନାରେ ନହବେଡା ଓ ଖେଣ୍ଡରା ପଂଚାୟତର କର୍ମୀମାନଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଦଳର ସାଂଗଠନିକ ସ୍ଥିତିକୁ ଅଧିକ ସୁଦୃଢ଼ କରିବା, ଜନସାଧାରଣଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଏବଂ ଗ୍ରାମାଂଚଳରେ ଦଳୀୟ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।

ବୈଠକରେ ରଞ୍ଜିତ ମହାନ୍ତ, ଅର୍ଜୁନ ମହାନ୍ତ, ଯତୀନ୍ଦ୍ର ନାଏକ, ଗୋପାଳ ମହାନ୍ତ, ସୁରେଶ ମହାକୁଡ଼, ଭୀମସେନ ମହାନ୍ତ, ବିଦ୍ୟାଧର ମହାନ୍ତ ପ୍ରମୁଖଙ୍କ ସହିତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ। ସମସ୍ତେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ସହ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଏକତାବଦ୍ଧ ଭାବେ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।

ବୈଠକ ଶେଷରେ ଆଗାମୀ ଦିନରେ ଗ୍ରାମ ସ୍ତରରେ ଦଳର ଜନସମ୍ପର୍କ ଅଭିଯାନକୁ ଆହୁରି ଜୋରଦାର କରିବା ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande