
ଭୁବନେଶ୍ୱର , ୦୮ ଜୁନ୍ (ହି.ସ.)- କାଳଜୟୀ କାବ୍ୟ ବିଦଗ୍ଧ ଚିନ୍ତାମଣିର ସ୍ରଷ୍ଟା ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ୨୨୦ତମ ସ୍ୱର୍ଗାରୋହଣ ଦିବସ ଅଭିମନ୍ୟୁ ସ୍ମୃତି ସଂସଦ ଆନୁକୂଲ୍ୟରେ ସଭାପତି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ସୋମବାର ପ୍ରତ୍ୟୁଷରେ ଭୁବନେଶ୍ୱର ମଧୁସୂଦନ ନଗରସ୍ଥିତ ପ୍ରତିମୂର୍ତି ସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ପୂର୍ଣ୍ଣଚନ୍ଦ୍ର ଜେନା, କର୍ପୋରେଟର ଅଲିଅଳି ମଲ୍ଲିକ, ଅନିରୁଦ୍ଧ ସାହୁ, ଦିଲ୍ଲୀପ କୁମାର ଜେନା, ପ୍ରମେଶ କୁମାର ମହାନ୍ତି, ରାଜା ମଧୁସୂଦନ ଦେବ କଲେଜ, ପଟିଆର ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ରାଉତ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା