
ଭଦ୍ରକ, ୮ ଜୁନ୍ (ହି.ସ.) - ଭଦ୍ରକ ସାଇବର ଥାନା ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ଚକ୍ରକୁ ଠାବ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବିଶ୍ୱସନୀୟ ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ଏହି ସଫଳତା ହାସଲ କରିଥିବା ବେଳେ ଘଟଣାଟି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ପୋଲିସ ସୂଚନା ଅନୁସାରେ, ଜବତ ହୋଇଥିବା ମୋବାଇଲ ଫୋନଗୁଡ଼ିକର ପ୍ରାଥମିକ ଯାଂଚରୁ ବ୍ୟାଙ୍କ ଖାତା ବିବରଣୀ, ଏଟିଏମ୍ କାର୍ଡ ସମ୍ବନ୍ଧୀୟ ତଥ୍ୟ, ଇଂଟରନେଟ ବ୍ୟାଙ୍କି ପରିଚୟପତ୍ର, ମୋବାଇଲ ନମ୍ବର, ଚାଟ୍ ରେକର୍ଡ ଏବଂ ତୃତୀୟ ପକ୍ଷଙ୍କ ଗୋପନୀୟ ଆର୍ଥକ ତଥ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ ଡିଜିଟାଲ ପ୍ରମାଣ ମିଳିଛି। ଏହାଛଡ଼ା ସମନ୍ୱୟ ପୋର୍ଟାଲ ମାଧ୍ୟମରେ ହୋଇଥିବା ଯାଂଚରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନଙ୍କ ସହ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥିବା ଅନେକ ସାଇବର ଠକେଇ ମାମଲାର ସମ୍ପର୍କ ରହିଛି। ସନ୍ଦେହଜନକ ଭାବେ ପ୍ରାୟ ୪୬ କୋଟି ଟଙ୍କାର ଠକେଇ କାରବାର ସହ ସେମାନଙ୍କ ସଂପୃକ୍ତି ଥିବା ସୂଚନା ମିଳିଛି। ଏହାଛଡ଼ ଛଡ଼ା ସମନ୍ୱୟ ପୋର୍ଟାଲ ମାଧ୍ୟମରେ ହୋଇଥିବା ଯାଂଚରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନଙ୍କ ସହ ବିଭିନ୍ନ ରାଜ୍ୟରେ ରୁଜୁ ହୋଇଥ?ିବା ଅନେକ ସାଇବର ଠକେଇ ମାମଲାର ସମ୍ପର୍କ ରହିଛି। ସନ୍ଦେହଜନକ ଭାବେ ପ୍ରାୟ ୪୬ କୋଟି ଟଙ୍କାର ଠକେଇ କାରବାର ସହ ସେମାନଙ୍କ ସଂପୃକ୍ତି ଥିବା ସୂଚନା ମିଳିଛି। ଚଢ଼ାଉ ସମୟରେ ପୋଲିସ ୧୫ ଗ୍ରାମ ଓଜନର ଦୁଇଟି ସୁନା ବିସ୍କୁଟ, ୨ ଲକ୍ଷ ୧ ହଜାର ଟଙ୍କା ନଗଦ, ୧୦ଟି ଏଟିଏମ୍ କାର୍ଡ, ୪ଟି ପାସବୁକ, ୨ଟି ଚେକବୁକ, ୫ଟି ମୋବାଇଲ ଫୋନ, ୩ଟି ପୂର୍ବରୁ ସକ୍ରିୟ ସିମ୍ କାର୍ଡ, ଗୋଟିଏ ପ୍ୟାନ୍ କାର୍ଡ, ଗୋଟିଏ ଡ୍ରାଇଭିଂ ଲାଇସେନ୍ସ ଏବଂ ୨ଟି ଆରସି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଇନାୟତ କ୍ୱାଦ୍ରି (୨୪), ସାହାବାଜ କ୍ୱାଦ୍ରି (୨୧) ଏବଂ ମୋ. ଫରହାନ ଖାନ (୧୯)। ପୋଲିସ କହିଛି ଯେ, ଏହି ସାଇବର ଠକେଇ ଚକ୍ର ସହ ଜଡିତ ଅନ୍ୟ ସହ?ଯୋଗୀ, ପୀଡ଼ିତ ଓ ସମଗ୍ର ନେଟୱାର୍କକୁ ଚିହ୍ନଟ କରିବା ପାଇଁ ତଦନ୍ତ ଜାରି ରହିଛି। ଆଗାମୀ ଦିନରେ ଏହି ମାମଲାରେ ଅଧୂକ ଗିରଫଦାରୀ ହେବାର ସମ୍ଭାବନା ରହିଛି ବୋଲି ଅତିରିକ୍ତ ଜିଲ୍କା ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ