
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- ପାଟକୁରା ବିଜେଡି ପକ୍ଷରୁ ଗରଦପୁର ବ୍ଲକ କଳାବୁଦା ସ୍ଥିତ ମହାଲକ୍ଷ୍ମୀ ମଣ୍ଡପରେ ସ୍ୱତନ୍ତ୍ର ଭୋଟର ସଘନ ସଂଶୋଧନ (ଏସଆଇଆର) ସମ୍ବଦ୍ଧିୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ବିଜେଡି ସଭାପତି ତଥା ପାଟକୁରା ବିଜେଡି ନେତା ରାଜେଶ୍ ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ବିଜୁ ଜନତା ଦଳର ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା ଯୋଗଦେଇ ରାଜ୍ୟ ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରା ବାସୀଙ୍କୁ ଦେଇଥିବା ବାର୍ତ୍ତା ଗଣତନ୍ତ୍ରରେ ଭୋଟର ଭାଇ ଭଉଣୀ ମାନଙ୍କର ଅଧିକାର ଓ ସୁରକ୍ଷା ସର୍ବୋପରି ଓ ପାଟକୁରା ବାସୀ ବିଜେଡି ସହିତ ରହିବା ପାଇଁ ନିବେଦନ କରିଛନ୍ତି ବୋଲି ପଠନ କରିଥିଲେ । ଏହାଛଡା ତାଙ୍କ ବକ୍ତବ୍ୟରେ ବିଜେଡିର ପ୍ରତ୍ୟେକ ବୁଥ୍ ସ୍ଥରରେ ନିଯୁକ୍ତ ହୋଇଥିବା ଏଜେଣ୍ଟ ମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଶାସକ ବିଜେପି ଯେଉଁଭଳି ଭାବେ ପକ୍ଷପାତିତା କରି ବିଭିନ୍ନ ଆଳ ଦେଖାଇ ଅନ୍ୟ ଦଳର ଭୋଟରକୁ ତାଲିକାଭୁକ୍ତ ନକରିବା ସହ ବିଶେଷକରି ବିଜୁଜନତା ଦଳ ଭୋଟର ମାନେ କିଭଳି ଅଳ୍ପସଂଖ୍ୟକ ଭାବେ ପଞ୍ଜିକୃତ ହୋଇ ପାରିବେ ସେଥିପାଇଁ ଶାସକ ଦଳ ପ୍ରୟାସ କରୁଛି । ତେଣୁ ବିଜେଡିର ବିଏଲଏ ମାନେ ଜାଗ୍ରତ ରହିବା ପାଇଁ ନିବେଦନ କରିଥିଲେ । ଏହି ପ୍ରଶିକ୍ଷଣ କର୍ମଶାଳାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ଶିବପ୍ରସାଦ ଭଳ ଯୋଗଦେଇ ଏସଆଇଆର ପ୍ରକ୍ରିୟାରେ ଯେଭଳି ନିଜର ଏବଂ ନିଜ ପରିବାରର ନାମ ଭୋଟର ତାଲିକାରେ ସୁରକ୍ଷିତ ବା ବଜାୟ ରହିବ ସେ ବିଷୟରେ ଆଲୋଚନା ରଖିଥଲେ । ଏହା ବ୍ୟତୀତ ଭୋଟର ତାଲିକାର ପୁନଃ ଯାଞ୍ଚ, ମୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କୁ ବାଦ୍ ଦେବା ସହିତ ନୂତନ ଭୋଟରଙ୍କୁ ଯୋଡିବାରେ ବୁଥ୍ ସ୍ତରୀୟ ପ୍ରତିନିଧି ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ ଅଟେ, ଏଣୁ ବିଜେଡି ତରଫରୁ ପ୍ରତ୍ୟେକ ବୁଥ୍ ର ଏଜେଣ୍ଟ ମାନେ ଏହି ସଂଶୋଧନ ପ୍ରକ୍ରିୟା ଉପରେ କଡା ନଜର ରଖିବାକୁ ଦଳର ନେତା ନବୀନ ପଟ୍ଟନାୟକ ଦେଇଥିବା ନିର୍ଦେଶକୁ ସମସ୍ତ ଏଜେଣ୍ଟ ଗୁରୁତ୍ୱର ସହ ପାଳନ କରିବା ପାଇଁ କହିଥିଲେ । ଏହି କର୍ମଶାଳାରେ ଗରଦପୁର ବ୍ଲକର ୧୨୩ ଓ ମାର୍ଶାଘାଇ ବ୍ଲକ ର ୩୯ ଟି ବୁଥ୍ ର ପ୍ରତିନିଧି ମାନେ ଭାଗ ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ଦେବାଶିଷ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ରଥ, ଅରବିନ୍ଦ ମଲ୍ଲିକ, ସତ୍ୟାନନ୍ଦ ରାଉତ, ଏଲିଜା ସ୍ୱାଇଁ, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ ସାମଲ, ରବୀନ୍ଦ୍ରନାଥ ମହାନ୍ତି, ପ୍ରଫୁଲ୍ଲ ସିଂ, ଅମୀୟ ପରିଜା, ଅରୁଣ ନାୟକ, ଅଭୟ ମଲ୍ଲ, ଭଗବାନ ଜେନା, ପ୍ରତାପ ପାଣି, ନାରୀନେତ୍ରୀ ସୁଜାତା ମିଶ୍ର, ମାଧବ ସାହୁ, ରଞ୍ଜନ ତ୍ରିପାଠୀ, ଅଭିଷେକ ସେଠୀ, କମଲପ୍ରସାଦ ହରିଚନ୍ଦନ, ରାକେଶ ସେଠୀ, ଗୈ ।ରବ ସାହୁଙ୍କ ସମେତ ସମସ୍ତ ବୁଥର ବିଏଲଏ ମାନେ ଉପସ୍ଥିତ ଥିବା ବେଳେ ଶେଷରେ ପ୍ରହ୍ଲାଦ ସାହୁ ଧନ୍ୟବାଦ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ରବି