ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ 10 ରେ
ଏସ୍ଆଇଆର, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ହେବ ଆଲୋଚନା ଭୁବନେଶ୍ବର , 08 ଜୁନ୍ (ହି.ସ.)- ଆସନ୍ତା ୧୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଶଙ୍ଖ ଭବନ ଅଡ଼ିଟୋରିୟମ ଠାରେ ବିଜେଡିର ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଗତ ସାଧାରଣ ନିର୍ବାଚନରେ ଜିତି ନଥିବା ବିଜେଡି ପ୍ରାର୍ଥୀମା
bjd


ଏସ୍ଆଇଆର, ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ହେବ ଆଲୋଚନା

ଭୁବନେଶ୍ବର , 08 ଜୁନ୍ (ହି.ସ.)- ଆସନ୍ତା ୧୦ ତାରିଖ ଅପରାହ୍ନ ୪ ଘଟିକା ସମୟରେ ଶଙ୍ଖ ଭବନ ଅଡ଼ିଟୋରିୟମ ଠାରେ ବିଜେଡିର ଏକ ସାଙ୍ଗଠନିକ କାର୍ଯ୍ୟକ୍ରମରେ ଗତ ସାଧାରଣ ନିର୍ବାଚନରେ ଜିତି ନଥିବା ବିଜେଡି ପ୍ରାର୍ଥୀମାନଙ୍କ ସହ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେଇ ବିଚାର ବିମର୍ଷ କରିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ସମ୍ପ୍ରତି ଆରମ୍ଭ ହୋଇଥିବା ଏସ୍ଆଇଆର (ସ୍ୱତନ୍ତ୍ର ସଘନ ସଂଶୋଧନ) ବ୍ଲକ, ପୌରାଞ୍ଚଳ, ପଞ୍ଚାୟତ କମିଟିର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ କାର୍ଯ୍ୟକାରିତା, ସାମ୍ପ୍ରତିକ ସରକାରର ଜନବିରୋଧୀ ନୀତି ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ ।

ପ୍ରକାଶଥାଉକି, ବିଭିନ୍ନ ପର୍ଯ୍ୟାୟରେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ନିର୍ବାଚିତ ପ୍ରତିନିଧିଙ୍କ ଠାରୁ ନେଇ ସାଙ୍ଗଠନିକ କର୍ମକର୍ତ୍ତାଙ୍କ ସହ ଆଲୋଚନା କରୁଛନ୍ତି । ସେହି କ୍ରମରେ ନିର୍ବାଚନ ମଣ୍ଡଳୀରେ ଗତ ସାଧାରଣ ନିର୍ବାଚନର ପ୍ରାର୍ଥୀ ମାନଙ୍କ ସହ ଆଲୋଚନା ଆହୂତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା, ଉପସଭାପତି ପ୍ରତାପ ଜେନା, ଉପସଭାପତି ଅତନୁ ସବ୍ୟସାଚୀ ନାୟକଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande