ଫୁଲବାଣୀ ଇନଡୋର ଷ୍ଟାଡିୟମ ରେ ଏକ ସପ୍ତାହ ବ୍ୟାପୀ ବ୍ୟାଡମିନଟନ ସମର କ୍ୟାମ୍ପ ଅନୁଷ୍ଠିତ
Badminton Summer Camp in Phulbani indoor
ଫୋଟ ୩


ଫୋଟ ୨


ଫୋଟ


କନ୍ଧମାଳ , ୦୮ ଜୁନ୍ (ହି.ସ.) - ଫୁଲବାଣୀ ଇନଡୋର ଷ୍ଟାଡିୟମରେ ରାଜ୍ୟ କ୍ରିଡା ଓ ଯୁବ ବ୍ୟାପାର ପରିଚାଳନାରେ ଜୁନିୟର ବର୍ଗର ଏକ ସପ୍ତାହ ବ୍ୟାପୀ ବ୍ୟାଡମିନଟନ ସମର କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି। ଗତ ଏକ ତାରିଖ ରେ ଆରମ୍ଭ ହୋଇଥିବା ଏହି ଶିବିର ରେ ୩ ଜଣ ବାଳିକାଙ୍କ ସମେତ ସମୁଦାୟ ୫୭ ଜଣ ଅଂଶଗ୍ରହଣ କରିଥିଲେ। ଶିବିରର ଶେଷ ଦିନରେ ଅଂଶଗ୍ରହଣକାରୀ ମାନଙ୍କ ମଧ୍ୟରେ ଏକ ପ୍ରତିଯୋଗୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଙ୍ଗଲ୍ସ ୱିନର ଭାବରେ ଅଭିଜିତ୍ କହଁର ବିବେଚିତ ହୋଇଛନ୍ତି। ସେହିପରି ରନରସଅପ୍ ଭାବରେ ଦିବ୍ୟଜ୍ୟୋତି ମହାନ୍ତି ଏବଂ ଦ୍ୱିତୀୟ ରନର୍ସଅପ୍ ଭାବରେ,ସାଇକ୍ରିଷ୍ଣା ମହାନ୍ତି ଅକୃତକାର୍ଯ୍ୟ ହୋଇଥିବା ବେଳେ,ଡବଲ୍ସରେ ୱିନର ଭାବରେ ଦିବ୍ୟଜ୍ୟୋତି ଓ ଅଭିଜିତ୍ ହୋଇଛନ୍ତି । ସେହିପରି ରନର୍ସଅପ୍ ଭାବରେ ସାଇକ୍ରିଷ୍ଣା ଓ ଅଂଶୁମାନଙ୍କର ଜୋଡି ଏବଂ ଦ୍ୱିତୀୟ ରନରସଅପ୍ ଭାବରେ ଓମ୍ ସତ୍ୟପ୍ରକାଶ ବାଣୁଆ ଓ ଆରବ ଦେହୁରୀଙ୍କ ଜୋଡି ବିବେଚିତ ହୋଇଛନ୍ତି। ଆଜି ଶେଷ ସନ୍ଧ୍ୟାରେ ଅନୁଷ୍ଠିତ ଏହି ଫାଇନାଲ୍ ଖେଳରେ ଶେଷ ପରେ। ସମର କ୍ୟାମ୍ପ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ,କନ୍ଧମାଳ ଜିଲ୍ଲା ସହରାଂଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପ୍ରବୀଣ କୁମାର ବଣୁଆ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଅୟୋଜିତ ଏହି ସମର କ୍ୟାମ୍ପ ର ପ୍ରସଂଶା କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ କନ୍ଧମାଳ ଜିଲ୍ଲା ବ୍ୟାଡମିନ୍ଟନ ଆସୋସିଏସନର ସଭାପତି ତଥା ପୁର୍ବତନ ଖେଳାଳି ଅଶୋକ କୁମାର ପଟ୍ଟନାୟକ,ସମ୍ପାଦକ ତଥା ଜାତୀୟ ସ୍ତରର ଖେଳାଳି ଓ ଟିମ୍ ମ୍ୟାନେଜର ଦୀପକ କୁମାର ମହାନ୍ତି, କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ପାତ୍ର ଓ ବରିଷ୍ଟ ଖେଳାଳି ଶ୍ରୀ ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ମୁଖ୍ୟ ଅତିଥିଙ୍କ ସମେତ ଖେଳାଳି ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ସପ୍ତାହ ବ୍ୟାପୀ ଏହି ସମର କ୍ୟାମ୍ପ କୁ ଫୁଲବାଣୀ ଇନଡୋର ଷ୍ଟାଡିୟମ ର ପ୍ରଶିକ୍ଷକ ଶ୍ରୀ ଅସୀମ କୁମାର ନାୟକ ପରିଚାଳନା କରିଥିଲେ। ଅୟୋଜିତ ଏହି ଶିବିର କୁ ସମସ୍ତ ଅଭିଭାବକ ମହଲରେ ପ୍ରସଂଶା କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande