ଭରତପୁର ପ୍ୟାକ୍ସରେ ପରିଚାଳନା ପରିଷଦ ବୈଠକ ଓ ମୁଗମଣ୍ଡି ଉଦ୍ଘାଟିତ
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରପୁର ପଂଚାୟତର ପ୍ୟାକ୍ସରେ କୃଷି ସମବାୟ ସମିତିରେ ପରିଚାଳନା ପରିଷଦ ବୈଠକ ଓ ମୁଗମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପ୍ୟାକ୍ସର ସଭାପତି ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିଚାଳନା କମିଟି ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟା
ଭରତପୁର ପ୍ୟାକ୍ସରେ ପରିଚାଳନା ପରିଷଦ ବୈଠକ ଓ ମୁଗମଣ୍ଡି ଉଦ୍ଘାଟିତ


କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରପୁର ପଂଚାୟତର ପ୍ୟାକ୍ସରେ କୃଷି ସମବାୟ ସମିତିରେ ପରିଚାଳନା ପରିଷଦ ବୈଠକ ଓ ମୁଗମଣ୍ଡି ଉଦ୍ଘାଟିତ ହୋଇଯାଇଛି । ପ୍ୟାକ୍ସର ସଭାପତି ବସନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପରିଚାଳନା କମିଟି ବୈଠକରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଶାଖା ପରିଚାଳକ ତାପସ ପ୍ରସାଦ ସିଂ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଗମଣ୍ଡି ଉଦ୍ଘାଟନ କରିଥିଲେ । ପ୍ୟାକ୍ସର ସମ୍ପାଦକ ସୁବୋଧ କୁମାର ଲେଙ୍କାଙ୍କ ସଂଯୋଜନାରେ ଆୟୋଜିତ ଏହି ପରିଚାଳନା ପରିଷଦ ବୈଠକରେ ଉପସଭାନେତ୍ରୀ ମମତା ଜେନା, ନିର୍ଦ୍ଦେଶକ ସାରଦା ପ୍ରସନ୍ନ ରାଉତ, ଅକ୍ଷୟ କୁମାର ମନ୍ତ୍ରୀ, ଶ୍ରୀଧର ସାମଲ, କିଶୋର ଜେନା, ବିଶ୍ୱଜିତ ସାମଲ, ଜ୍ଞାନ ପ୍ରସନ୍ନ ରାଉତ, ଅଗସ୍ତି ସେଣ ପ୍ରମୁଖ ଉପସ୍ଥିତ ରହି ବିଗତ ବର୍ଷର ଆୟ ବ୍ୟୟ ଉପରେ ଆଲୋକପାତ କରିଥିଲେ ଏବଂ ମଣ୍ଡିକୁ ମୁଗ, ବିରି, ସୂର୍ଯ୍ୟମୁଖୀ, ଚିନାବାଦାମ, ସୋରିଷ ଇତ୍ୟାଦି ମଣ୍ଡିକୁ ବିକ୍ରି କରିବାକୁ ଆସୁଥିବା ଚାଷୀମାନଙ୍କୁ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande