
ଭୁବନେଶ୍ୱର, 08 ଜୁନ୍ (ହି.ସ.)
କାଳଜୟୀ କାବ୍ୟ ବିଦଗ୍ଧ ଚିନ୍ତାମଣିର ସ୍ରଷ୍ଟା ବିଦଗ୍ଧ କବି ଅଭିମନୁ୍ୟ ସାମନ୍ତସିଂହାରଙ୍କ ୨୨୦ତମ ସ୍ୱର୍ଗାରୋହଣ ଦିବସ ଅଭିମନୁ୍ୟ ସ୍ମୃତି ସଂସଦ ଆନୁକୂଲ୍ୟରେ ସଭାପତି ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ମଧୁସୂଦନ ନଗରସ୍ଥିତ ପ୍ରତିର୍ମୂି ସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ପୂର୍ଣ୍ଣଚନ୍ଦ୍ର ଜେନା, କର୍ପୋରେଟର ଅଲିଅଳି ମଲ୍ଲିକ, ଅନିରୁଦ୍ଧ ସାହୁ, ଦିଲ୍ଲୀପ କୁମାର ଜେନା, ପ୍ରମେଶ କୁମାର ମହାନ୍ତି, ନିତ୍ୟାନନ୍ଦ ନାୟକ, ଧୀରଜ କୁମାର ମହାପାତ୍ର, ଯୋଗବର୍ଦ୍ଧନ ଶିବାନନ୍ଦ, ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଗାନ୍ଧୀବାଦୀ ବିଜୟ କୁମାର ତି୍ରପାଠୀ, ପୂର୍ବତନ ସଂସ୍କୃତି ବିଭାଗର ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରା, କିଶୋର ଚନ୍ଦ୍ର ସ୍ୱାଇଁ, ରାଜା ମଧୁସୂଦନ ଦେବ କଲେଜ, ପଟିଆର ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ରାଉତ, ସଂଯୁକ୍ତା ପାଣିଗ୍ରାହୀ, ଗଦାଧର ସାହୁ ପ୍ରମୁଖ ଯୋଗଦେଇ ପ୍ରତିର୍ମୂିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ କବିଙ୍କ ଚିନ୍ତାଧାରା ଓ ତାଙ୍କ କାବ୍ୟ ମାନସ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଂସଦର ପୂର୍ବତନ ସମ୍ପାଦକ ଗଦାଧର ସାହୁ, ଅଧ୍ୟକ୍ଷ ଡକ୍ଟର ପ୍ରଶାନ୍ତ ରାଉତ ଓ କର୍ପୋରେଟର ଅଲିଅଳି ମଲ୍ଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ସମ୍ପାଦକ ଖତୁ ଚରଣ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା