ଫୁଲବାଣୀ ରୁ ବ୍ରହ୍ମପୁର ଓ ଗୋପାଳପୁର, ସରକାରୀ ବସ୍ ସେବା ଶୁଭାରମ୍ଭ
କନ୍ଧମାଳ, ୮ ଜୁନ୍ (ହି.ସ.)- ଆଦିବାସୀ ଅଧ୍ୟୁଷିତ ରେଳ ବିହୀନ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଓ ଫୁଲବାଣୀ ଠାରୁ ବ୍ରହ୍ମପୁର ଏବଂ ଗୋପାଳପୁରକୁ ସିଧାସଳଖ ଯାତାୟାତ ପାଇଁ କୌଣସି ସରକାରୀ ବସ୍ ଚଳାଚଳର ସୁବିଧା ନ ଥିବାରୁ ଜନସାଧାରଣ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଉକ୍ତ ମାର୍ଗରେ
ଫୋଟ


କନ୍ଧମାଳ, ୮ ଜୁନ୍ (ହି.ସ.)- ଆଦିବାସୀ ଅଧ୍ୟୁଷିତ ରେଳ ବିହୀନ କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ଓ ଫୁଲବାଣୀ ଠାରୁ ବ୍ରହ୍ମପୁର ଏବଂ ଗୋପାଳପୁରକୁ ସିଧାସଳଖ ଯାତାୟାତ ପାଇଁ କୌଣସି ସରକାରୀ ବସ୍ ଚଳାଚଳର ସୁବିଧା ନ ଥିବାରୁ ଜନସାଧାରଣ ମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଉକ୍ତ ମାର୍ଗରେ ସରକାରୀ ବସ୍ ଚଳାଚଳ ପାଇଁ ଜିଲ୍ଲାର ସମାଜସେବୀ ରାଜେଶ କୁମାର ବଗର୍ତ୍ତୀ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ ଓ ସଚିବ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ ସାଧାରଣ ପରିଚାଳକଙ୍କୁ ବାରମ୍ବାର ଚିଠି ପତ୍ର ଲେଖି ଅବଗତ କରାଇବା ସହ ସାକ୍ଷାତ କରି କି ଆଲୋଚନା କରିବା ପରେ ସୋମବାର ଦିନ ଖଜୁରୀପଡ଼ା ଠାରୁ ଗୋପାଳପୁର ପର୍ଯ୍ୟନ୍ତ ଭାୟା-ଫୁଲବାଣୀ, ଶଙ୍କରାଖୋଲ, ଟିକାବାଲି, ତଲାରିମାହା, କଳିଙ୍ଗା, ମୁଜାଗଡ଼, ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ରାସ୍ତା ଦେଇ ନୂତନ ମାର୍ଗରେ ଏକ ଶୀତତାପ ନିୟନ୍ତ୍ରିତ ସରକାରୀ ବସ୍ ଚଳାଚଳର ଶୁଭାରମ୍ଭ ହୋଇଛି । ଉକ୍ତ ବସ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଫୁଲବାଣୀ ବିଧାୟକ, ବରିଷ୍ଠ ନାଗରିକ ସଂଘର ସଦସ୍ୟ, ଜିଲ୍ଲା ପରିବହନ ପରିଚାଳକ, ସହ-ପରିଚାଳକ ଉପସ୍ଥିତ ଥିଲେ । ପ୍ରତିଦିନ ଦିନ ବସ୍ ଟି ୧୨:୦୫ ମିନିଟ୍ ସମୟରେ ଖଜୁରୀପଡ଼ା ଠାରୁ ଛାଡ଼ିବ, ଫୁଲବାଣୀ ଠାରୁ ଦିନ ୦୧:୨୨ ସମୟରେ ଛାଡ଼ି ବ୍ରହ୍ମପୁର ଠାରେ ସନ୍ଧ୍ୟା ୦୬:୧୦ ଏବଂ ଗୋପାଳପୁର ଠାରେ ସନ୍ଧ୍ୟା ୦୬:୫୦ ସମୟରେ ପହଞ୍ଚିବ । ସେହିପରି ରାତି ୦୯:୧୦ ସମୟରେ ଗୋପାଳପୁର ଛାଡ଼ିବ, ବ୍ରହ୍ମପୁର ଠାରୁ ରାତି ୧୦:୦୦ ଟା ସମୟରେ ଛାଡ଼ି, ରାତି ୦୩ ଟା ସମୟରେ ଫୁଲବାଣୀ ପହଞ୍ଚିବ ଏବଂ ଖଜୁରୀପଡ଼ା ଠାରେ ଭୋର୍ ୦୪.୦୯ ମିନିଟ୍ ରେ ପହଞ୍ଚିବ ।

ଦୀର୍ଘ ଦିନର ଦାବି ପରେ ଏହି ମାର୍ଗରେ ନୂତନ ସରକାରୀ ବସ୍ ଚଳାଚଳ କରିଥିବାରୁ ମୁଖ୍ୟମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ବିଭାଗୀୟ ମନ୍ତ୍ରୀ, ସଚିବ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ସାଧାରଣ ପରିଚାଳକ ଏବଂ ଜିଲ୍ଲା ପରିବହନ ପରିଚାଳକ ଓ ସହ-ପରିଚାଳକଙ୍କୁ ରାଜେଶ ଧନ୍ୟବାଦ ଜ୍ଞାପନ କରିଛନ୍ତି । ଆଗକୁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ରାଜ୍ୟର ବିଭିନ୍ନ ପ୍ରମୁଖ ସହର ଗୁଡ଼ିକକୁ ସରକାରୀ ବସ୍ ଚଳାଚଳ ପାଇଁ ଉଦ୍ୟମ ଜାରି ରହିଛି ବୋଲି ରାଜେଶ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande