
ଭୁବନେଶ୍ୱର, ୦୮ ଜୁନ (ହି.ସ)- ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରର ଜରୁରୀ ଅବତରଣ କରିଛି । ସୋମବାର ଅପରାହ୍ନରେ ପୁରୀ ସମଙ୍ଗ ବସ୍ ଷ୍ଟାଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରଜରୁରୀ ଅବତରଣ କରିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ଫେରୁଥିବା ବେଳେ ଭୁବନେଶ୍ୱରରେ କାଳବୈଶାଖୀ ବର୍ଷା ଓ ପବନ ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସୁଥିବା ହେଲିକପ୍ଟରଟି ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରିପାରିନଥିଲା। ପରେ ପାଇଲଟ୍ ହେଲିକପଟରକୁ ପୁରୀ ଆଡେ ଡାଇଭର୍ଟ କରି ନେଇଥିଲେ। ପୁରୀର ସମଙ୍ଗ ବସ୍ ଷ୍ଟାଣ୍ଡ ନିକଟ ହେଲିପ୍ୟାଡରେ ଜରୁରୀ ଅବତରଣ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପଟର।
ମୁଖ୍ୟମନ୍ତ୍ରୀଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଉକ୍ତ ହେଲିକପ୍ଟରରେ ଥିଲେ। ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପଟର ଲାଣ୍ଡିଂ ପରେ ମୁଖ୍ୟମନ୍ତ୍ରୀ ସର୍କିଟ୍ ହାଉସ୍ କୁ ଯାଇଥିଲେ। ପୁରୀରେ ମଧ୍ୟ ପ୍ରବଳ ବର୍ଷା ଓ ପବନ ଆରମ୍ଭ ହୋଇଯାଇଥିବାରୁ ସେଠାରୁ କିଛି ସମୟ ବିଶ୍ରାମ ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ବୋଲି ଜଣାପଡ଼ିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା