ଓଜେଇଇରେ ସଫଳ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୦୮ ଜୁନ (ହି.ସ)- ଓଜେଇଇ ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି। ସୋସିଆଲ ମିଡିଆ ସାଇଡ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି - ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ସଫଳତା ହାସଲ କରିଥିବା ପ୍ର
cm


ଭୁବନେଶ୍ୱର, ୦୮ ଜୁନ (ହି.ସ)- ଓଜେଇଇ ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆ ସାଇଡ୍ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି - ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ରେ ସଫଳତା ହାସଲ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କର ଏହି କୃତିତ୍ୱ ଆପଣଙ୍କ ଦୀର୍ଘଦିନର ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମର ପ୍ରକୃତ ପରିଚୟ। ଆପଣଙ୍କ ପରିବାର ଓ ଶିକ୍ଷକଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ।

ପରୀକ୍ଷା ଫଳ ନିର୍ବିଶେଷରେ ସମସ୍ତ ବିଦ୍ୟାର୍ଥୀ ଆତ୍ମବିଶ୍ୱାସ, ଦୃଢ଼ ମନୋବଳ ଏବଂ ସକାରାତ୍ମକ ଚିନ୍ତାଧାରା ସହ ନିଜ ଲକ୍ଷ୍ୟ ପଥରେ ନିରନ୍ତର ଆଗକୁ ବଢ଼ନ୍ତୁ। ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତରୋତର ଉନ୍ନତି ପାଇଁ ମୋର ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande