ପର୍ଯ୍ୟଟକଙ୍କ ପସନ୍ଦ ଦଣ୍ଡାବଡ଼ ଇକୋ ଟୁରିଜିମ
ଜୟପୁର, ୮ ଜୁନ୍ (ହି.ସ.)- ସବୁଜ ମୟ ଚତୁର୍ଦ୍ଦିଗରେ ଅନ୍ତହିନ ନିରନ୍ତର ବହୁଥିବା ପାଣିର ଧିର ଶବ୍ଦ ସାଙ୍ଗକୁ ପକ୍ଷୀ ମାନଙ୍କ କିଚିରି ମିଚିରି ସ୍ଵରରେ ଲୁଚିରହିଥିବା ସ୍ଥାନ ଏବେ ଲୋକଲୋଚନକୁ ଆସିଛି l ପୂର୍ବରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ସ୍ଥାନରେ ପ୍ରଶାସନିକ ସ୍ତରର ତୂଳୀ ଅଙ୍କିବା
ପର୍ଯ୍ୟଟକ ଙ୍କ ପସନ୍ଦ ଦଣ୍ଡାବଡ଼ ଇକୋ ଟୁରୁଜୀୟମ


ଜୟପୁର, ୮ ଜୁନ୍ (ହି.ସ.)- ସବୁଜ ମୟ ଚତୁର୍ଦ୍ଦିଗରେ ଅନ୍ତହିନ ନିରନ୍ତର ବହୁଥିବା ପାଣିର ଧିର ଶବ୍ଦ ସାଙ୍ଗକୁ ପକ୍ଷୀ ମାନଙ୍କ କିଚିରି ମିଚିରି ସ୍ଵରରେ ଲୁଚିରହିଥିବା ସ୍ଥାନ ଏବେ ଲୋକଲୋଚନକୁ ଆସିଛି l ପୂର୍ବରୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଏହି ସ୍ଥାନରେ ପ୍ରଶାସନିକ ସ୍ତରର ତୂଳୀ ଅଙ୍କିବା ପରେ ଏହା ଏକ ପର୍ଯ୍ୟଟନ ସ୍ଥଳ ପାଲଟିଛି। ଏଠାରେ ଏବେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ ଲାଗୁଛି। ବୋରିଗୁମ୍ମା ବ୍ଲକ ର ଉପାନ୍ତ ଦଣ୍ଡାବଡ଼ ଇକୋ ଟୁରିଜିମ ।

ଲୁଚି ରହିଥିବା ଉପାନ୍ତ ଦଣ୍ଡାବଡ଼ ଏବେ ପର୍ଯ୍ୟଟକଙ୍କ କେନ୍ଦ୍ର ବିନ୍ଦୁ ପାଲଟଛି। ଏବେ ଉପାନ୍ତ ଦଣ୍ଡାବଡ଼ ଇକୋଟୁରିଜିମ । ଏହି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା କରୁଛି ପ୍ରଶାସନ l ପର୍ଯ୍ୟଟକ ରାତ୍ରି ରହିବା ପାଇଁ ୭ଟି ସୁନ୍ଦର କଟେଜ ବ୍ୟବସ୍ଥା ରହିଛି। ଖାଇବା ପାଇଁ କ୍ଯାଣ୍ଟିନ, ସାମୁହିକ ଖାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ତତ୍ସହ ସମ୍ପୂର୍ଣ ସବୁଜିମା ଜଙ୍ଗଲ ଦେଖିବା ପାଇଁ ସ୍ବତନ୍ତ୍ର ଟୟ ଟ୍ରେନ୍ ବ୍ୟବସ୍ଥା ଉପଲବ୍ଧ କରାଯାଉଛି l ପିଲା ଠାରୁ ବୟସ୍କ ମାନଙ୍କ ପାଇଁ ସୁଇମିଂପୂଲ୍, ଚିଲଡ୍ରେନ ପାର୍କ ଓ ଉଦ୍ୟାନ ରହିଛି l ବୋଟ ମାଧ୍ୟମରେ ଟିକେ ଆଗକୁ ଗଲେ ଝରଣା ଏବଂ ଧଳା ଚକ୍ ଚକ୍ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଦେଖି ପାରିବେ l ଚତୃପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଏହି ଇକୋଟୁରିଜିମ ଏବେ ପାଲଟିଛି ଯୁବ ପୀଢ଼ି ପାଇଁ ସେଲ୍ଫି ପଏଣ୍ଟ ଏବଂ ପ୍ରାପ୍ତ ବୟସ୍କ ମାନଙ୍କ ପାଇଁ ଶାନ୍ତିର ବସନ୍ତ l ପର୍ଯ୍ୟଟନ କେନ୍ଦ୍ର ଯୋଗୁଁ ସ୍ଥାନୀୟ ଲୋକେ ରୋଜଗାର କ୍ଷମ ହେବା ସହ ଆମୋଦ ପ୍ରମୋଦ ମଧ୍ୟ ପାଇପାରିବେ l ଗୋଟିଏ ପଟେ ମୁରାନ ନଦୀର ଅକାତ୍ କାତ୍ ପାଣି ସମୂହ ଅନ୍ୟ ପଟେ ସବୁଜ ମୟ ଉଦ୍ୟାନ ସତରେ ମନକୁ ମୋହି ନେବା ପରି ଦୃଶ୍ୟ। ଦୈନିକ ଜିଲା ତଥା ଜିଲା ବାହାରର ପର୍ଯ୍ୟଟକଙ୍କ ଏଠି ସୁଅ ଛୁଟୁଛି। ପ୍ରାକୃତିକ ପାହାଡ଼ ଏବଂ ନଦୀ ନିକଟରେ ଏହି ଦଣ୍ଡାବାଡ଼ ଇକୋ ଟୁରିଜିମ ହୋଇଥିବାରୁ ପର୍ଯ୍ୟଟକଙ୍କ ମନ ମହୁଛି। ଟୋପା ଟୋପା ପାଣି ମିଶି କିପରି ସମୁଦ୍ର ସୃଷ୍ଟିହୁଏ । ତାହାର ପ୍ରତିଫଳନ କରିବାରେ ସଫଳ ହୋଇଛି ବୋରିଗୁମ୍ମା ବ୍ଲକ ପ୍ରଶାସନ। ବିଭିନ୍ନ ଯୋଜନାର ଅନୁଦାନ ମିଶ୍ରିତ ସହଭାଗିତାରେ ଏଭଳି ପ୍ରକଳ୍ପ ପ୍ରସ୍ତୁତ ହୋଇଛି। ଯାହାକି ଅନ୍ୟ ବ୍ଲକ ପାଇଁ ଉଦାହରଣ ସୃଷ୍ଟି କରିଛି। ଇକୋଟୁରିଜିମ ପାଇଁ ଏମଏନ ଆର ଜି ଏ, ଏସ ଏଫ ଏସ, ଜିଆଏ (ଇନଭେଟିବ ପ୍ରାକ୍ଟିସ ), ନାଲକୋ ଏସ ଡ଼ି ଏଫ ଏବଂ ବ୍ଲକର ଫଣ୍ଡ ମିଶି ଦୁଇ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଇକୋ ଟୁରିଜିମ ଦ୍ୱାରା ଅଞ୍ଚଳରେ ପର୍ଯ୍ୟଟକଙ୍କ ଭିଡ ହେଉଛି। ଏହା ଦ୍ୱାରା ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଉନ୍ନତି ହେବ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏହି ଇକୋ ଟୁରିଜିମ ମିଶନଶକ୍ତି ମହିଳାଙ୍କ ଦ୍ଵାରା ପରିଚାଳନା କରି ମହିଳାମାନେ ରୋଜଗାରର ମାଧ୍ୟମ ପାଉଛନ୍ତି। ଏହି ଅଞ୍ଚଳରେ ନେଟୱାର୍କ ବ୍ୟବସ୍ଥା ନଥିବାରୁ କିଛି ସମସ୍ୟା ହେଉଛି, ନେଟୱାର୍କ ବ୍ୟବସ୍ଥା ହେଲେ ଆହୁରି ସୁବିଧା ହୁଅନ୍ତା ବୋଲି ପର୍ଯ୍ୟଟକ କହିଛନ୍ତି। ଉପାନ୍ତରେ ପର୍ଯ୍ୟଟନର ବିକାଶ କରି ଦଣ୍ଡାବଡ଼କୁ ଏକ ନୂଆ ପରିଚୟ ଦେଇଛି ପ୍ରଶାସନ। ହେଲେ ଏହି ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ଠିକ୍ ରାସ୍ତା ଏବଂ ନେଟୱାର୍କର ବ୍ୟବସ୍ଥା ହେଲେ ଏଠି ବର୍ଷ ସାରା ପର୍ଯ୍ୟଟକଙ୍କ ଭିଡ଼ ଜମିବ ବୋଲି ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande