ବ୍ରହ୍ମକୁମାରୀ ଅନୁଷ୍ଠାନ ଦ୍ଵାରା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସୁନାଇଲୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ର ଆନୁକୁଲ୍ୟରେ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବନ ବିଭାଗ କୃଷି ଉଦ୍ୟାନ ବିଭାଗ ସହଯୋଗରେ ବିଭିନ୍ନ ପ୍ରକାରର ଚାରା ରୋପ
ବ୍ରହ୍ମକୁମାରୀ ଅନୁଷ୍ଠାନ ଦ୍ଵାରା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ


କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)-କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ସୁନାଇଲୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସେବାକେନ୍ଦ୍ର ଆନୁକୁଲ୍ୟରେ ପରିବେଶ ଦିବସ ଉପଲକ୍ଷେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ବନ ବିଭାଗ କୃଷି ଉଦ୍ୟାନ ବିଭାଗ ସହଯୋଗରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । ମନକରପୁର ସ୍ଥିତ ମାଳେଶ୍ୱର ମନ୍ଦିର ପ୍ରାଙ୍ଗଣ ସୁନାଇଲୋ ସ୍ଥିତ ଯାଜ୍ଞସେନୀ ମନ୍ଦିର, ତରାପୁର ଓ ମେହେନ୍ଦିପୁର ଗ୍ରାମ୍ୟ ସଡକ ପାଶ୍ୱର୍ରେ ବିଭିନ୍ନ ପ୍ରକାରର ଚାରା ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧିକାରୀ ସନ୍ତୋଷ କୁମାର ମହାପାତ୍ର, ବନାଂଚଳ ଅଧିକାରୀ ରବିନ୍ଦ୍ର କୁମାର ନାୟକ, ବ୍ରହ୍ମକୁମାରୀ ସେବା କେନ୍ଦ୍ର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ସ୍ନେହ ଭଉଣୀ, ସମାଜସେବୀ ପ୍ରଦୀପ୍ତ ମହାନ୍ତି, ବସନ୍ତ କୁମାର ନାୟକ, ଚିନ୍ମୟ ମହାନ୍ତି ପ୍ରମୁଖ ଯୋଗଦେଇ ଚାରା ରୋପଣ କରିଥିଲେ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମକୁମାର ରବିନ୍ଦ୍ର, ସରୋଜ ନିରଞ୍ଜନ, ଅଲେଖ ସଂଗ୍ରାମ, ଅଭୟ, ମଦନ ପ୍ରମୁଖ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande