
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ଇସ୍କଫ୍ ପକ୍ଷରୁ ଆୟୋଜିତ ପରିବେଶ ସୁରକ୍ଷା ଆଦିର ଆହ୍ୱାନ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ପରିଚାଳନାରେ ଗୁପ୍ତ କ୍ଷେତ୍ର ସଖୀବଟ ପରିସରରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷକ ନେତା ଅଧ୍ୟାପକ ଅଜୟ ସାମଲ ମୁଖ୍ୟ ଅତିଥି, ସମାଜସେବୀ ରଣଧୀର ଜେନା ମୁଖ୍ୟ ବକ୍ତା ଓ ପ୍ରକୃତି ମିତ୍ର ରବିନ୍ଦ୍ର ପ୍ରସାଦ ଜେନା, ରମଣୀ ରଂଜନ ରାଉତରାୟ ସହ ଆଲୋକ ରୂପେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଅବଧୂତ ରାଉତ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ କବି ନିରୁପମା ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ଚଳିତ ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ୯୬ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ଲିତିକା ଲେଙ୍କାକୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଖିବଟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ରବି