ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତି ପ୍ରସ୍ତର ସ୍ଥାପିତ
ବଲାଙ୍ଗିର, ୦୮ ଜୁନ୍ (ହି.ସ.) - ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତି ପ୍ରସ୍ତର ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସମରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଞ୍ଜରୀ କାଲୋଙ୍କ ଆବାହକତ୍ୱରେ ଓ ବିଇଓ ନମିତା ଭୋଇଙ୍କ ଅଧ୍ୟକ୍ଷତାରେ ସ୍ଥାପିତ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପିତ*


ବଲାଙ୍ଗିର, ୦୮ ଜୁନ୍ (ହି.ସ.) - ଦ୍ୱିତୀୟ ପର୍ଯ୍ୟାୟ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତି ପ୍ରସ୍ତର ଗୁଡଭେଲା ବ୍ଲକ୍ ଅନ୍ତର୍ଗତ ସମରା ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ ମଞ୍ଜରୀ କାଲୋଙ୍କ ଆବାହକତ୍ୱରେ ଓ ବିଇଓ ନମିତା ଭୋଇଙ୍କ ଅଧ୍ୟକ୍ଷତାରେ ସ୍ଥାପିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଗୁଡଭେଲା ବିଡିଓ ଗୁରେଶ୍ୱର ଭୋଇ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ପଣ୍ଡା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଂଚ ଗୋଲାପ ସେଠ, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ, ସାଂସଦ ପ୍ରତିନିଧି ଦୀନବନ୍ଧୁ ବେହେରା, ବିଧାୟକ ପ୍ରତିନିଧି ଶରତ କୁମାର ସାହୁ, ଏସ୍ଏମସି ଚେୟାରମେନ ସୁବିଜ୍ଞ ସାହୁ, ସମିତି ସଭ୍ୟା ପୁଷ୍ପାଞ୍ଜଳି କୁମ୍ଭାର, ଶିକ୍ଷାବିତ ରାମଚନ୍ଦ୍ର ପ୍ରଧାନ, ଶମ୍ଭୁ ପୁରୋହିତ ଓ ଗୌତମ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ରମେଶ ଚନ୍ଦ୍ର ରଣା କାର?୍ୟ୍ୟକ୍ରମ ପରିଚାଳନା କରିଥିଲେ ଓ ବ୍ଲକ୍ ର ସମସ୍ତ ସିଆର୍ସିସି, ଶିକ୍ଷକ ଶିକ୍ଷୟିତ୍ରୀ ଓ ଗ୍ରାମବାସୀ ସହଯୋଗ କରିଥିଲେ। ଶେଷରେ ସୁଧାଂଶୁ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande