
ଜୟପୁର, ୮ ଜୁନ୍ (ହି.ସ.)- କୋରାପୁଟର ସେମିଳିଗୁଡା ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନ ନିଜେ ଉପସ୍ଥିତି ରହି ଜନଶୁଣାଣୀ କରିଥିଲେ। ଶିବିରରେ ମୋଟ ୩୬ ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା, ଯେଉଁଥିରେ ୨୫ଟି ଗୋଷ୍ଠୀଗତ ଓ ୧୧ଟି ବ୍ୟକ୍ତିଗତ ଅଭିଯୋଗ ସାମିଲ ଥିଲା। ସେଥିମଧ୍ୟରୁ ୨ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡ଼ିକୁ ଯଥାଶୀଘ୍ର ସମାଧାନ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।
ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର, ଉପ ଜିଲ୍ଲାପାଳ ପ୍ରେମଲାଲ ହିଆଲଙ୍କ ସମେତ ଜ଼ିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି