ଜୀବିକା ମିଶନ ଓ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ବିନିମୟ
ଭୁବନେଶ୍ୱର, ୦୮ ଜୁନ (ହି.ସ)- ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ସୋମବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯ
drfg


ଭୁବନେଶ୍ୱର, ୦୮ ଜୁନ (ହି.ସ)- ଗ୍ରାମୀଣ ମହିଳା ଉଦ୍ୟୋଗୀଙ୍କୁ ଉନ୍ନତ ବ୍ୟବସାୟିକ ପରାମର୍ଶ, ପ୍ରାଯୁକ୍ତିକ ସହାୟତା ଏବଂ ବଜାର ସଂଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଜୀବିକା ମିଶନ ଏବଂ ଆଇ.ଆଇ.ଟି ଭୁବନେଶ୍ୱର ମଧ୍ୟରେ ସୋମବାର ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ବୁଝାମଣାପତ୍ର ବିନିମୟ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଷ୍ଟାର୍ଟ-ଅପ୍ ଭିଲେଜ୍ ଏଂଟରପ୍ରେନ୍ୟୁରଶିପ୍ ପ୍ରୋଗ୍ରାମ ମାଧ୍ୟମରେ ଓଡ଼ିଶାର ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗଗୁଡ଼ିକୁ ସହାୟତା ଯୋଗାଇବା ପାଇଁ ଏକ ଇନ୍କ୍ୟୁବେସନ୍ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଏହି କାର୍ଯ୍ୟକ୍ରମରେ ଆଇ.ଆଇ.ଟି ଭୁବନେଶ୍ୱର ସହଯୋଗୀ ଭାବେ କାର୍ଯ୍ୟ କରିବ। ଏହି ସହଯୋଗ ମାଧ୍ୟମରେ ଗ୍ରାମୀଣ ମହିଳା ଉଦ୍ୟୋଗୀମାନେ ବ୍ୟବସାୟ ଯୋଜନା ପ୍ରସ୍ତୁତି, ଉତ୍ପାଦ ବିକାଶ, ଉନ୍ନତ ଗୁଣବତା , ବଜାର ସଂଯୋଗ, ଆର୍ôଥକ ସୁବିଧା ଓ ପେଶାଦାର ନେଟୱର୍କିଂ ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା ପାଇବେ।

ଦିନଦୟାଲ ଅନ୍ତୋଦୟ ଯୋଜନା - ଜାତୀୟ ଗ୍ରାମୀଣ ଜୀବିକା ମିଶନର ନିର୍ଦ୍ଦେଶନାମା ଅନୁଯାୟୀ, ଆଗାମୀ ତିନି ବର୍ଷ ମଧ୍ୟରେ ଅତି କମରେ ୧୫୦ଟି ବିକାଶମୁଖୀ ଗ୍ରାମୀଣ ଉଦ୍ୟୋଗକୁ ଏହି ଇନ୍କ୍ୟୁବେସନ୍ ପ୍ରକ୍ରିୟା ମାଧ୍ୟମରେ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ୧୦.୭୦ କୋଟି ଟଙ୍କାର ବ୍ୟୟ ଅନୁମୋଦିତ ହୋଇଛି। ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱରଙ୍କୁ ୯୯ ଲକ୍ଷ ଟଙ୍କା ମଞ୍ଜୁରି କରାଯାଇଛି।

ଏହି ଇନକ୍ୟୁବେସନ୍ ପ୍ରକ୍ରିୟା ରାଜ୍ୟରେ ଏକ ଉଦ୍ୟୋଗୀ ବାତାବରଣ ସୃଷ୍ଟି କରିବ, ଯାହା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କ୍ଷୁଦ୍ର ଓ ମାଧ୍ୟମ ଧରଣର ଉଦ୍ୟୋଗରେ ପରିଣତ କରିବା ପାଇଁ ପଥ ପ୍ରଶସ୍ତ କରିବ। ଏହି କାର୍ଯ୍ୟକ୍ରମ ଅଧୀନରେ ଚିହ୍ନଟ ହୋଇଥିବା ଏସଏଚଜି ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଉଦ୍ୟମ ପଞ୍ଜୀକରଣ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଅନୁପାଳନ ଓ ପ୍ରମାଣପତ୍ର ହାସଲ କରିବାରେ ସହଯୋଗ କରାଯିବ। ରାଜ୍ୟର କେତେକ ସ୍ୱତନ୍ତ୍ର ଉତ୍ପାଦର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ପ୍ୟାଟେଣ୍ଟ ଏବଂ ପ୍ରକ୍ରିୟା ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିବ।

ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଯୋଗଦେଇ ନିଜ ଅଭିଭାଷଣରେ କହିଛନ୍ତି ଯେ, ସରକାର ମହିଳାମାନଙ୍କୁ କେବଳ ରୋଜଗାରକ୍ଷମ ନୁହେଁ, ବରଂ ସେମାନଙ୍କୁ ସଫଳ ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ସଂକଳ୍ପବଦ୍ଧ। ଆଇଆଇଟି ଭୁବନେଶ୍ୱର ପରି ଏକ ପ୍ରତିଷ୍ଠିତ ସଂସ୍ଥା ସହିତ ଏହି ବୁଝାମଣା ଆମର ଏସଏଚଜି ମହିଳାମାନଙ୍କ ପାଇଁ ନୂତନ ସୁଯୋଗର ଦ୍ୱାର ଉନ୍ମୁକ୍ତ କରିଛି । ବୈଷୟିକ ପରାମର୍ଶ ଏବଂ ଉନ୍ନତ ପ୍ରଶିକ୍ଷଣ ମାଧ୍ୟମରେ ସେମାନେ ନିଜର ପ୍ରସ୍ତୁତ ସାମଗ୍ରୀକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିପାରିବେ। ଏହା 'ବିକଶିତ ଓଡ଼ିଶା' ଗଠନ ଦିଗରେ ଏକ ମାଇଲଖୁଂଟ ସଦୃଶ ହେବ ଏବଂ ମହିଳାମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ସହାୟକ ହେବ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମହାଲକ୍ଷପତି ଦିଦିମାନଙ୍କ ସହ ସେମାନଙ୍କର ସଂଘର୍ଷରୁ ସଫଳତା ପର୍ଯ୍ୟନ୍ତ ପ୍ରେରଣାଦାୟୀ ଯାତ୍ରା ସମ୍ପର୍କରେ ଆଲୋଚନା କରିଥିଲେ।

ଏହି ଅବସରରେ ମିଶନ ଶକ୍ତି ବିଭାଗର କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ମାନସୀ ନିମ୍ଭାଲ, ମିଶନ ଶକ୍ତିର ନିର୍ଦ୍ଦେଶିକା ଡ. ମୋନିକା ପ୍ରିୟଦର୍ଶିନୀଙ୍କ ସମେତ ବିଭାଗର ଓ ଓଡ଼ିଶା ଜୀବିକା ମିଶନର ବରିଷ୍ଠ ଅଧିକାରୀ, ଆଇ.ଆଇ.ଟି ଭୁବନେଶ୍ୱରର କର୍ମକର୍ତ୍ତା ଓ ଲକ୍ଷପତି ଦିଦି ଓ ମହାଲକ୍ଷପତି ଦିଦି ଉପସ୍ଥିତ ଥିଲେ। ସମସ୍ତ ଜିଲ୍ଲାରୁ ବିଭଗର ଅଧିକାରୀ ଓ ମା ମାନେ ଆଭାସୀ ମାଧ୍ୟମରେ ଯୋଡି ହୋଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande