

ସୁବର୍ଣପୁର, ୦୮ ଜୁନ୍ (ହି.ସ.) - ମାରୱାଡି ଯୁବା ମଂଚ ସୋନପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ବିଶ୍ୱ ରକ୍ତ ଦାନ ଦିବସ ପାଳନ ସହିତ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ଃ ନୃପ ରାଜ ସାହୁ ଯୋଗ ଦେଇ ଏହି ଉତ୍ସ୍ୱ ଓ ରକ୍ତ ଦାନ ଶିବିର କୁ ଶୁଭ ଉଦ୍ଘାଟନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପଧାନ, ଏଡିଏମ୍ଓ ଡ଼ାକ୍ତର ଦୁର୍ଗା ଦତ ଦାଶ, ସୋନପୁର ବି ଡି ଓ ପ୍ରତୀକ କର, ଜିଲ୍ଲା ମାରୱାଡି ସମାଜ ସଭାପତି ଗୋପାଳ ପ୍ରାସାଦ ଭୂତ୍, ମାରୱାଡି ଯୁବା ମଂଚ ସଭାପତି ଅଙ୍କିତ ଅଗ୍ରୱାଲ, ସୁବର୍ଣ୍ଣପୁର ଜିଲ୍ଲା ର ଗୌରବ ଓଏଏସ କୃତି ଛାତ୍ର ନୀତେଶ ବାରିକ ଯୋଗ ଦେଇ ଯୁବା ମଂଚର ଏ ମହତ୍ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମାରୱାଡି ମହିଳା ସମିତି ସଭାପତି ମୁନି ଭାଈ ଅଗ୍ରୱାଲ, ମହିଳା ସମିତି ସଂପାଦକ ମୀନା ଅଗ୍ରୱାଲ, ଯୁବା ମଂଚ ସଂମ୍ପାଦକ ସଂସ୍କାର ଅଗ୍ରୱାଲ, ମାରୱାଡି ଯୁବା ମଂଚ କନଭେନର ରଘୁ ନନ୍ଦନ ଅଗ୍ରୱାଲ, ମାରୱାଡି ଯୁବା ମଂଚର ଆଖି ଓ ସ୍ୱାସ୍ଥ୍ୟ ର ରାଜ୍ୟ କନ୍େଭନର ମନୋଜ ଅଗ୍ରୱାଲଙ୍କ ପରାମର୍ଶ ରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଯୁବା ମଂଚର ସଦସ୍ୟ ପ୍ରହଲ୍ଲାଦ ଅଗ୍ରୱାଲ, ନନ୍ଦଳାଲ ଅଗ୍ରୱାଲ, ମନୀଷ ଅଗ୍ରୱାଲ, ଚିନ୍ମୟ ଅଗ୍ରୱାଲ, ଅମିତ୍ ଅଗ୍ରୱାଲ, ଅଶୋକ ଭୂତ୍ , ଆନନ୍ଦ ଭୂତ୍, ଶେଖର ଭୂତ୍ , ଉମେଶ କମାଣି ଯୋଗ ଦେଇ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ କ୍ଷ ସୋନପୁର ର ଗୌରବ ଓଏଏସ ୮ ନମ୍ବର ରେଙ୍କ ଛାତ୍ର ନୀତେଶ ବାରିକ, ଦେବାଳୟ ସେବା କ୍ଷେତ୍ରରେ ବୈକୁଣ୍ଠ ଶତପଥୀ, ସ୍ୱଚ୍ଛ ଭାରତ ସେବା କ୍ଷେତ୍ରରେ ସଭାପତି ସୟଦ ଅଲିମୁଲ ଇସଲାମ, ଓଏଏସ୍ ଛାତ୍ର ନିତେଶ ଙ୍କ ବଡ ବାପା ବିଜେପି ସଂଗଠକ ଆନନ୍ଦ ବାରିକ୍, ସାମ୍ୱାଦିକ ମୃତ୍ୟୁଞ୍ଜୟ ଶତପଥି, ମନୋରଞ୍ଜନ ତ୍ରିପାଠି, ମହାଦେବ ମଲ୍ଲିକ, ଓ ରାଜ କିଶୋର ତ୍ରିପାଠୀଙ୍କୁ ଏହି ଉତ୍ସ୍ୱ ରେ ଅତିଥିଙ୍କ ଦ୍ୱାରା ସମ୍ବର୍ôଧତ କରାଯାଇଥିଲା । ରକ୍ତ କେନ୍ଦ୍ର (ଭଣ୍ଡାର)ର ଡାକ୍ତର ଗୌରୀ ଶଙ୍କର ମେହେର, ଏଲ୍ ଟି ସୁଦାମ ବିଶ୍ୱାଳ, ଡାଟା ଅପରେଟର ଜଗତ ଦରୱାନ, ଏଟେନଡାଂଟ ଯୁଧିଷ୍ଠିର ନାଏକ୍, ଏମଆର ଟଙ୍କଧର କୁଅଁର, ଡ଼ଫୋଡ଼ିଲ ପଧାନ, ସୁରଭି ଲେଙ୍କା ପ୍ରମୁଖ ସମସ୍ତ କର୍ମଚାରୀ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ । ଏହି ଶିବିର ରେ ୩୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ