
କେନ୍ଦୁଝର, ୦୮ ଜୁନ୍ (ହି.ସ.) - ଏନ୍ ସି ସି କ୍ୟାମ୍ପ-୨ ଜୁନ୍ ୧ ରୁ ଧରଣୀଧର ବିଶ୍ୱ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି।ଶିବିରର ୭ମ ଦିବସରେ ସମ୍ବଲପୁର ଗ୍ରୁପ୍ ହେଡକ୍ୱାର୍ଟର ଏନ୍ ସି ସି ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ପ୍ରସାଦ କଦମ୍ ୧୪ ଓଡ଼ିଶା ବାଟାଲିୟନ ପରିଦର୍ଶନ କରିଛନ୍ତି।ପ୍ରଥମେ ବାଟାଲିୟନ ତରଫରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା। ପରେ କଂଟିଜେଂଟ ତରଫରୁ ମାର୍ଚ୍ଚ ପାଷ୍ଟର ଅଭିବାଦନ ଗ୍ରହଣ କରିଥିଲେ।୧୪ ଓଡ଼ିଶା ବାଟାଲିୟନ ଏନ୍ ସି ସି କେନ୍ଦୁଝର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସମ୍ବଲପୁର ଗ୍ରୁପ୍ କମାଣ୍ଡର କର୍ଣ୍ଣେଲ ପ୍ରସାଦ କଦମ୍ କ୍ୟାଡେଟ୍ ମାନଙ୍କୁ ଶୃଙ୍ଖଳା,କଠିନ ପରିଶ୍ରମ ଏବଂ ସମର୍ପଣ ସହିତ ମାତୃଭୂମିର ସେବା ପାଇଁ ପ୍ରୟାସ କରିବାକୁ ଉପଦେଶ ଦେଇଥିଲେ। ପ୍ରଶାସନିକ ଅଧିକାରୀ ଲେଫ୍ଟନାଂଟ କର୍ଣ୍ଣେଲ ମୟୂର ଘାଡଗେ ଏବଂ ସୁବେଦାର ମେଜର ମହମ୍ମଦ ଉପସ୍ଥିତ ଥିଲେ।ଏହି ଶିବିରରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ରୁ ପ୍ରାୟ ୬୦୦ ଜଣ କ୍ୟାଡେଟ୍ ପ୍ରଶିକ୍ଷଣ ନେଉଛନ୍ତି।କ୍ୟାମ୍ପରେ ଭାଗ ନେଉଥିବା ଆ.ର୍ଡି.ସି.,ଆଇ.ଡି. ଏସ୍.ଏସ୍.ସି.,ଟି.ଏସ୍.ସି,ସି.ଏ.ଟି.ସି କ୍ୟାଡେଟ ମାନଙ୍କ ସହ ଆଲୋଚନା କରିଥିଲେ।ଲେଫ୍ଟନାଣ୍ଟ ଦୀପକ କୁମାର ଗିରି,ଉମାକାନ୍ତ ବେହେରା,ଦିଗାମ୍ବର ରାଉତ,ନିହାର ରଞ୍ଜନ ମହାନ୍ତ,ଅରୁଣ କୁମାର ଜେନା,ଚିଫ ଅଫିସର୍ ମାନସ ରଞ୍ଜନ ପ୍ରଧାନ,ଫାର୍ଷ୍ଟ ଅଫିସର୍ ପୂର୍ଣ୍ଣଚନ୍ଦ୍ର ପାତ୍ର,ସେକେଣ୍ଡ ଅଫିସର୍ ବିଜୟ କୁମାର ବେହେରା ଏବଂ ୧୮ ଜଣ ପି ଆଇ ଷ୍ଟାଫ୍ ଙ୍କ ଦ୍ୱାରା କ୍ୟାମ୍ପ ସୁପରିଚାଳନାକୁ ଗ୍ରୁପ୍ କମାଣ୍ଡର ପ୍ରଶଂସା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA