

ପୁରୀ, ୮ ଜୁନ୍ (ହି.ସ.)- ଜରୁରୀକାଳୀନ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟର ପୁରୀରେ ଅବତରଣ କରିଛି । ପୁରୀ ସମଙ୍ଗ ଅସ୍ଥାୟୀ ବସଷ୍ଟାଣ୍ଡ ପାର୍କିଂରେ ହେଲିକପ୍ଟରଟି ଅପରାହ୍ନରେ ଜରୁରିକାଳୀନ ଅବତରଣ କରିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ କାଳବୈଶାଖୀ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନଟିକୁ ଜରୁରୀକାଳୀନ ଅବତରଣ କରିଥିଲେ । ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ କାର୍ଯ୍ୟକ୍ରମ ଶେଷ କରି ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରୁଥିବା ବେଳେ ଏହି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଏହି ହେଲିକପ୍ଟରରେ ଥିଲେ । ହେଲିକପ୍ଟରଟି ଜରୁରିକାଳୀନ ଅବତରଣ କରିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂହଙ୍କ ନିର୍ଦ୍ଦେଶ କ୍ରମେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ