
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ଜିଲ୍ଲା କୁଆଁରପାଳ ଗ୍ରାମର ଶତାଧିକ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଗ୍ରାମରେ ପାନୀୟ ଜଳ ସମସ୍ୟା ଥିବା ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଗ୍ରାମରେ ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ଲୋକେ ବସବାସ କରୁଥିବାବେଳେ ଏଠାରେ ପାନୀୟ ଜଳ ସମସ୍ୟା ଥିବାରୁ ଗ୍ରାମବାସୀମାନେ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମରେ ନଳକୂପ ଅଛି ତାହା କିନ୍ତୁ ଉପଯୁକ୍ତ ପାଣି ବାହାରୁନଥିବାରୁ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ଦୂର ବାଟରୁ ଯାଇ ପାଣି ଆଣୁଛନ୍ତି । ଗ୍ରାମରେ ପାନୀୟ ଜଳର ବ୍ୟବସ୍ଥା କରିବା ପାଇଁ ପ୍ରତିମା ପ୍ରଧାନ, କଳ୍ପତରୁ ପ୍ରଧାନ, ସ୍ୱର୍ଣ୍ଣଲତା ପ୍ରଧାନ , ମନୋରମା ପ୍ରଧାନ, ମାମିନା ପ୍ରଧାନ ପ୍ରମୁଖ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ