
ଗଞାମ, ୮ ଜୁନ୍ (ହି.ସ.)- ମହେନ୍ଦ୍ରଗିରିରୁ ମେଳା ଦେଖି ବିଳମ୍ବିତ ରାତିରେ ଏକ ପିକ୍ଅପ ଭ୍ଯାନରେ ଫେରୁଥିବା ବେଳେ ଜରଡା ବୁରୁତାଲ ଥଣ୍ଡଅଣ୍ଡା ନିକଟରେ ଦୁର୍ଘଟଣା ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ଆହତ ପ୍ରତାପ ସେଠୀ, ଲକ୍ଷ୍ମୀ ଗୌଡ, ରେଣୁ ଗୌଡ, କାଳିଆ ବେହେରା, ଶିବରାମ ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ସାହୁ, ସୁଭାସିନି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅନ୍ୟ ମୃତାହତଙ୍କ ପରିଚୟ ମିଳିନାହିଁ। ଆହତମାନେ ଚିକିଟିନୂଆସାହିର ବୋଲି ଜଣାପଡିଛି । ପିକଅପ ର ବ୍ରେକ ଫେଲ ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ପାତ୍ରପୁର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ