
କେନ୍ଦ୍ରାପଡା, ୮ ଜୁନ୍ (ହି.ସ.)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ତୁଷାରକାନ୍ତ ପରିଡା ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏନ୍ବିଡବ୍ଲ୍ୟୁ ୱାରେଂଟ୍ ଥିବାବେଳେ ଅଭିଯୁକ୍ତ ଜଣକ ଦୀର୍ଘ ୫ ବର୍ଷ ହେଲା ବୁଲୁଥିଲେ ମଧ୍ୟ କେନ୍ଦ୍ରାପଡା ସଦର ପୋଲିସ୍ ଏହାକୁ ଧରୁନଥିବା ମହାମହିମ ରାଜ୍ୟପାଳ ଓଡିଶା ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି ।
ଅଭିଯୋଗରୁ ପ୍ରକାଶ ଯେ, ସେହି ଥାନା ଅନ୍ତର୍ଗତ ଠାକୁରପାଟଣା ଗ୍ରାମର କାଶୀନାଥ ସାହୁଙ୍କର ଏକ ଚେକ୍ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ଚେକ୍ ବାଉନ୍ସ ହୋଇଥିଲେ ମଧ୍ୟ ଏସଡିଜେଏମ୍ କୋର୍ଟ ସଦରଥାନାକୁ ଅଭିଯୁକ୍ତକୁ ଧରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଭିଯୁକ୍ତ ତୁଷାର ନିର୍ଭୟରେ ବୁଲାବୁଲି କରୁଛି । କିନ୍ତୁ ପୋଲିସ୍ ଏହାକୁ ଧରୁନଥିବାରୁ ଅଭିଯୋଗକାରୀ ଶ୍ରୀ ସାହୁ ନ୍ୟାୟ ପାଇବାରେ ବିଫଳ ହୋଇ ନିରାଶ ହୋଇ ପଡିଥିବା ଜଣାପଡିଛି । ତୁରନ୍ତ ଅଭିଯୁକ୍ତକୁ ଧରିବା ପାଇ ସେ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ରବି