ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ ହେଲେ ଜାତୀୟ କରାଟେ କୋଚ ଅସୀମ ଭୋଇ
ବଲାଙ୍ଗିର, ୦୮ ଜୁନ୍ (ହି.ସ.) - ପରିବେଶ ସୁରକ୍ଷା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ର ପ୍ରତିଭା ତଥା ଜାତୀୟ କରାଟେ ଓ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯ
ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ ହେଲେ ଜାତୀୟ କରାଟେ କୋଚ ଅସୀମ ଭୋଇ


ବଲାଙ୍ଗିର, ୦୮ ଜୁନ୍ (ହି.ସ.) - ପରିବେଶ ସୁରକ୍ଷା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ର ପ୍ରତିଭା ତଥା ଜାତୀୟ କରାଟେ ଓ ଟାଇକଣ୍ଡୋ କୋଚ ଅସୀମ କୁମାର ଭୋଇଙ୍କୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯାଇଛି । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ବଲାଙ୍ଗିର ଡିଏଫ୍ଓ ଅଫିସ କନଫରେନ୍ସ ହଲ ରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଗୌରଭ ଶିବାଜୀ ଇସଲୱାର ଅସୀମ କୁମାର ଭୋଇଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ପରିବେଶ ସନ୍ତୁଳନ ରକ୍ଷା କରିବା, ବୃକ୍ଷରୋପଣ କୁ ପ୍ରୋତ୍ସାହନ ଦେବା ଏବଂ ଯୁବପିଢିଙ୍କୁ ମାର୍ଶାଲ ଆର୍ଟ୍ସ ସହିତ ସାମାଜି ଦାୟିତ୍ୱବୋଧ ଶିଖାଇବା ଦିଗରେ ନିରନ୍ତର କାର୍ଯ୍ୟ କରି ଆସୁଥିବାରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଗୌରବମୟ ଉତ୍ସବରେ ଏଡିସିନାଲ ଏସ୍ପି ଗୁଣନିଧି ମଲ୍ଲିକ, ଡିଏଫ୍ଓ ଅଜିତ ବିଶି, ରିଜିଓନାଲ ଅଫିସର ଷ୍ଟେଟ ସେଂଟ୍ରାଲ ବୋର୍ଡ ବବିତା ସିଂ ମଧ୍ୟ ଉପସ୍ଥିତ ଥିଲେ । ପୁରସ୍କାର ଗ୍ରହଣ କରିବା ଅବସରରେ ଶ୍ରୀ ଭୋଇ କହିଛନ୍ତି ଏହି ସଫଳତା କେବଳ ମୋର ନୁହେଁ, ବରଂ ମୋ ସହିତ ଜଡିତ ପ୍ରତ୍ୟେକ ପରିବେଶ ପ୍ରେମୀଙ୍କର । ଆଗାମୀ ଦିନରେ ଆମର ଏହି ସବୁଜ ଅଭିଯାନ ଆହୁରି ବ୍ୟାପକ ହେବ । ତାଙ୍କର ଏହି ସଫଳତା ପାଇଁ ସାରା ବଲାଙ୍ଗିର ଜିଲ୍ଲାରେ ଖୁସିର ହଲରି ଖେଳିଯାଇଛି ଏବଂ ବିଭିନ୍ନ ମହଳରୁ ଶୁଭେଚ୍ଛା ସୁଅ ଛୁଟୁଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande