ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ପୌର ଅଧିକାରୀ ଙ୍କ ଦ୍ୱାରସ୍ଥ ହେଲେ ଲୋକେ
ବଲାଙ୍ଗିର, ୦୮ ଜୁନ୍ (ହି.ସ.) - ବଲାଙ୍ଗିର ସହର ୱାର୍ଡ ନଂ.୧୦ ସ୍ଥିତ ଗେଟସରୋବର ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ଅଂଚଳବାସୀ ଆଜି ପୌର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ବ
ପୋଖରୀ ପୁନରୁଦ୍ଧାର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ପୌର ଅଧିକାରୀ ଙ୍କ ଦ୍ୱାରସ୍ତ ହେଲେ ଲୋକେ


ବଲାଙ୍ଗିର, ୦୮ ଜୁନ୍ (ହି.ସ.) - ବଲାଙ୍ଗିର ସହର ୱାର୍ଡ ନଂ.୧୦ ସ୍ଥିତ ଗେଟସରୋବର ବନ୍ଧର ପୁନରୁଦ୍ଧାର କାର୍ଯ୍ୟକୁ ନେଇ ବ୍ୟାପକ ଜନ ଅସନ୍ତୋଷ ଦେଖା ଦେଇଛି । ଏ ନେଇ ଅଂଚଳବାସୀ ଆଜି ପୌର ନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ଯେ ବନ୍ଧର ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି କିନ୍ତୁ ଏପର୍ଯ୍ୟନ୍ତ ସମ୍ପୁର୍ଣ୍ଣ ଭାବେ ମାଟି ଖନନ କରାଯାଇପାରିନାହିଁ। କେବଳ ବନ୍ଧଆଡି ପାଶ୍ୱର୍ରେ ଥିବା ମାଟି ଖନନ କରାଯାଇ ସେହି ପାଖରେ ହିଁ ପକାଇ ଦିଆଯାଇଛି । ମାଟିକୁ ସ୍ଥାନାନ୍ତରଣ କରିବା ବ୍ୟବସ୍ଥା ଏପର୍ଯ୍ୟନ୍ତ କରାଯାଇ ନାହିଁ । ପାଣିପାଗ ବିଶେଷଜ୍ଞ ଙ୍କ ମତନୁଯାୟୀ ଖୁବ୍ ଶିଘ୍ର ମୌସୁମୀ ବର୍ଷା ହୋଇପାରେ । ବର୍ଷା ହେଲେ ମାଟି ସବୁ ପୁନର୍ବାର ବନ୍ଦ ଭିତରକୁ ଚାଲି ଆସିବ । ସୂଚନାଯୋଗ୍ୟ ଯେ ଏହି ବନ୍ଦ ଉପରେ ଗେଟସରୋବରପଡା, ସୁଦପଡା, ଖଦାଲପଡା, କଂସାରିପଡା ଓ ରବିଦାସ ନଗର ର ହଜାର ହଜାର ବାସିନ୍ଦା ସ୍ନାନ ପାଇଁ ଏ ପୋଖରୀ ଉପରେ ନିର୍ଭରଶିଳ । ପୌର ପରିଷଦର ଏଭଳି ଉଦାସିନତା କାର୍ଯ୍ୟକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ତେଣୁ ତୁରନ୍ତ ଖନନ କରାଯାଇଥିବା ମାଟି ବର୍ଷା ପୂର୍ବରୁ ସ୍ଥାନାନ୍ତରଣ କରିବା ପାଇଁ ଲୋକେ ଦାବି କରିଛନ୍ତି । ଦାବିପତ୍ର ପ୍ରଦାନ କରିବା ସମୟରେ ପଶ୍ଚିମ ଓଡିଶା ଲକ୍ଷେ ଘର ଗଣ୍ଡା ସମାଜ ର ସଭାପତି ଓମ୍ ପ୍ରକାଶ କୁମ୍ଭାର, ସୀତାରାମ କୁମ୍ଭାର, ଅଶୋକ ହରପାଲ, ପ୍ରକାଶ ରାୟ, ଦିଲିପ କୁମ୍ଭାର ଓ ଫଣିନ୍ଦ୍ର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande