
କେନ୍ଦୁଝର, ୦୮ ଜୁନ୍ (ହି.ସ.) - ତୁରୁମୁଙ୍ଗା ଥାନା ଭଅଁରପୁର ନିକଟରେ ଯାତ୍ରୀ ବାହୀ ବସକୁ ଧକ୍କା ଦେଲା ଟ୍ରଲର। ୪ ଗୁରୁତର ୧୦ ରୁ ଉର୍ଦ୍ଧ ଆହତ। କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚମ୍ପୁଆ ବାଉଁଶୁଳି ରାସ୍ତାରେ ଭଅଁରପୁର ନିକଟରେ କେନ୍ଦୁଝରରୁ ଚମ୍ପୁଆ ଆସୁଥିବା ସାହୁ ଏଣ୍ଡ ସାହୁ ନାମକ ଏକ ଯାତ୍ରୀ ବାହୀ ବସକୁ ଚମ୍ପୁଆ ପଟୁ ଯାଉଥିବା ଏକ ଟ୍ରଲର ସାମ୍ନାପଟୁ ଧକ୍କା ଦେଇଛି। ଫଳରେ ଗାଡ଼ିରେ ଥିବା ୩୦ଜଣ ଯାତ୍ରୀ ମଧ୍ୟରୁ ଚାରିଜଣ ଗୁରୁତର ଆହତ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏହି ବସରେ ୩୦ରୁ ଅଧିକ ଯାତ୍ରୀ ବେଳେ ଡ୍ର।ଇଭର ମଧ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ଆମ୍ବୁଲାନ୍ସ ଯୋଗେ ପଠାଇ ଥିବା ବେଳେ ଖବର ପାଇ ତୁରୁମୁଙ୍ଗା ପୋଲିସ ଘଟଣା ସ୍ଥଳରେ ପହଂଚି ଥିବା ଜଣାପଡିଛି। ତେବେ ଏହି ରାସ୍ତାରେ ଭାରି ଯାନ ଚଳାଚଳ ପାଇଁ ଅଙ୍କୁଶ ଥିବା ସତ୍ୱେ ବେଧଡକ ଭାରୀଯାନ ଚଳାଚଳ କରୁଥିବା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA