ଏସଆଇଆର:୧୦ ଦିନରେ ୨ କୋଟି ୭୦ ଲକ୍ଷ ରୁ ଅଧିକ ଭୋଟରଙ୍କୁ ଫର୍ମ ବଂଟନ ଶେଷ
ଭୁବନେଶ୍ୱର, ୦୮ ଜୁନ (ହି.ସ) - ରାଜ୍ୟରେ ଚାଲିଥିବା ସ୍ପେଶାଲ ଇେଂଟନସିଭ୍ ରିଭିଜନ (ଏସ ଆଇ ଆର) ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏକ ପ୍ରଶଂସନୀୟ ମାଇଲଖୁଂଟ ହାସଲ କରିଛି। ମାତ୍ର ୧୦ ଦିନର ସ୍ୱଳ୍ପ ଅବଧି ମଧ୍ୟରେ ରାଜ୍ୟର ୨ କୋଟି ୭୦ଲକ୍ଷ ରୁ ଅଧିକ ଭୋଟରଙ୍କ ପାଖରେ ଫର୍ମ ପହଂଚାଇବାରେ ନିର୍ବାଚନ
sir


ଭୁବନେଶ୍ୱର, ୦୮ ଜୁନ (ହି.ସ) - ରାଜ୍ୟରେ ଚାଲିଥିବା ସ୍ପେଶାଲ ଇେଂଟନସିଭ୍ ରିଭିଜନ (ଏସ ଆଇ ଆର) ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଏକ ପ୍ରଶଂସନୀୟ ମାଇଲଖୁଂଟ ହାସଲ କରିଛି। ମାତ୍ର ୧୦ ଦିନର ସ୍ୱଳ୍ପ ଅବଧି ମଧ୍ୟରେ ରାଜ୍ୟର ୨ କୋଟି ୭୦ଲକ୍ଷ ରୁ ଅଧିକ ଭୋଟରଙ୍କ ପାଖରେ ଫର୍ମ ପହଂଚାଇବାରେ ନିର୍ବାଚନ ପ୍ରଶାସନ ସଫଳ ହୋଇଛି। ଆଜି ସୁଦ୍ଧା ରାଜ୍ୟର ସମୁଦାୟ ଭୋଟରଙ୍କ ମଧ୍ୟରୁ ୭୫ ପ୍ରତିଶତରୁ ଅଧିକଙ୍କୁ ଏହି ଫର୍ମ ବଂଟନ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଭୋଟର ସୂଚୀକୁ ଅଧିକ ସ୍ୱଚ୍ଛ, ସତେଜ ଏବଂ ତ୍ରୁଟିଶୂନ୍ୟ କରିବା ପାଇଁ ରାଜ୍ୟବ୍ୟାପୀ ଏହି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟାରେ ବିଏଲ୍ଓ ମାନେ ଘରକୁ ଘର ବୁଲି ଫର୍ମ ସଂଗ୍ରହ ଓ ବଣ୍ଟନ କରୁଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀଭୋଟରମାନଙ୍କ ମଧ୍ୟରେ ସଚେତନତା ଏବଂ ପ୍ରଶାସନିକ ଦଳର ନିଷ୍ଠା ଯୋଗୁଁ ଏତେ କମ୍ ସମୟ ମଧ୍ୟରେ ଏହି ସଫଳତା ମିଳିଛି।

ସମସ୍ତ ଯୋଗ୍ୟ ଭୋଟର ନିଜର ବିଏଲ୍ଓଙ୍କ ସହ ତୁରନ୍ତ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ସହ ପରିଗଣନା ଫର୍ମ ଦାଖଲ କରି ଏହି ପ୍ରକ୍ରିୟାରେ ନିଜର ନାମ ଅନ୍ତର୍ଭୁକ୍ତ ସୁନିଶ୍ଚିତ କରିବାକୁ କୁହାଯାଇଛି।ଭୋଟର ତାଲିକାରେ ନାମ ସାମିଲ, ସଂଶୋଧନ କିମ୍ବା ଏହି ସମ୍ପର୍କିତ ଯେକୌଣସି ଜନସାଧାରଣ ସୂଚନା ଓ ସହାୟତା ପାଇଁ ନିର୍ବାଚନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାଗଣା ହେଲ୍ପଲାଇନ ନମ୍ବର ୧୯୫୦ କୁ କଲ୍ କରି ସବିଶେଷ ସୂଚନା ପାଇପାରିବେ।

ସାଧାରଣ ଲୋକଙ୍କ ସୁବିଧା ପାଇଁ କାର୍ଯ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଭୋଟରମାନେ ଚାହିଁଲେ ବିଏଲ୍ଓଙ୍କ ପାଖକୁ ନଯାଇ ସିଧାସଳଖ ଅନଲାଇନ୍ ମାଧ୍ୟମରେ ମଧ୍ୟ ନିଜର ଫର୍ମ ଦାଖଲ କରିପାରିବେ।

ସମସ୍ତ ଯୋଗ୍ୟ ଭୋଟର ନିଜର ବିଏଲ୍ଓ ଙ୍କ ସହ ତୁରନ୍ତ ଯୋଗାଯୋଗ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ତଥ୍ୟ ସହ ପରିଗଣନା ଫର୍ମ ଦାଖଲ କରି ଏହି ପ୍ରକ୍ରିୟାରେ ନିଜର ନାମ ଅନ୍ତର୍ଭୁକ୍ତ ସୁନିଶ୍ଚିତ କରିବାକୁ କୁହାଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande