ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ଖଇରପୁଟ, ମାଥିଲି ଓ ବାଲିମେଳାର ବିଭିନ୍ନ ବୁଥ୍ ରେ ‘ଚୁନାବ ପାଠଶାଳା’ ଜରିଆରେ ମତଦାତା ସଚେତନତା ଜୋରଦାର
ମାଲକାନଗିରି, ୮ ଜୁନ୍ (ହି.ସ.)- ଆଗାମୀ ସ୍ପେଶାଲ ସମରୀ ରିଭିଜନ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଶତ ପ୍ରତିଶତ ସଫଳ କରିବା ଏବଂ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ ସ୍ୱିପ୍ କାର୍ଯ୍ୟକ୍ରମ ଓ ''ଚୁନାବ ପା
ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ଖଇରପୁଟ, ମାଥିଲି ଓ ବାଲିମେଳାର


ଭୋଟର ତାଲିକା ସଂଶୋଧନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି: ଖଇରପୁଟ, ମାଥିଲି ଓ ବାଲିମେଳାର


ମାଲକାନଗିରି, ୮ ଜୁନ୍ (ହି.ସ.)- ଆଗାମୀ ସ୍ପେଶାଲ ସମରୀ ରିଭିଜନ ବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ଶତ ପ୍ରତିଶତ ସଫଳ କରିବା ଏବଂ ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବ୍ଲକରେ ବ୍ୟାପକ ସ୍ୱିପ୍ କାର୍ଯ୍ୟକ୍ରମ ଓ 'ଚୁନାବ ପାଠଶାଳା' ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ମୃତ ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ପ୍ରକ୍ରିୟା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି।

ଖଇରପୁଟ ବ୍ଲକ ଅନ୍ତର୍ଗତ କୁମାରପୁଟର ବୁଥ୍ ନଂ-୧୦୭ ଏବଂ କୁମାରପୁଟ-୨ର ବୁଥ୍ ନଂ-୧୦୮ ଠାରେ ସ୍ଥାନୀୟ ଏଇଆରଓ-ତଥା-ବିଡିଓଙ୍କ ପ୍ରତ୍ୟକ୍ଷ ସଭାପତିତ୍ୱରେ ଏକ ବିଶେଷ 'ଚୁନାବ ପାଠଶାଳା'ର ଆୟୋଜନ କରାଯାଇଥିଲା। ଏହି ବୈଠକରେ ଗ୍ରାମର ବହୁ ସଂଖ୍ୟାରେ ମହିଳା ଓ ଯୁବ ଭୋଟର ଯୋଗ ଦେଇଥିଲେ। ସେମାନଙ୍କୁ ଗଣତନ୍ତ୍ରରେ ଭୋଟରଙ୍କ ଭୂମିକା ଏବଂ ନିଜର ନାମ ଯାଞ୍ଚ କରିବା ପ୍ରକ୍ରିୟା ସମ୍ପର୍କରେ ସଚେତନ କରାଯିବା ସହ ଫର୍ମ ପୂରଣ ବିଷୟରେ ବୁଝାଯାଇଥିଲା।

ସେହିପରି ମାଥିଲି ବ୍ଲକର ଭାଗ ସଂଖ୍ୟା ୨୭ ଏବଂ ଭାଗ ସଂଖ୍ୟା ୨୮ ଠାରେ ଏକ ବ୍ୟାପକ ସ୍ୱିପ୍ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଥିଲି ଏଇଆରଓ-ତଥା-ବିଡିଓଙ୍କ ସମେତ ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ, ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବିଏଲ୍ଓ ସୁପରଭାଇଜରମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା କରାଯାଇ ଗ୍ରାମବାସୀଙ୍କୁ ଆଗାମୀ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦିଆଯାଇଥିଲା। ବିଶେଷ କରି ୧୮ ବର୍ଷ ବୟସ ହୋଇଥିବା ନୂତନ ଯୁବକ ଯୁବତୀମାନେ ଯେପରି ନିଜର ନାମ ପଞ୍ଜୀକରଣ କରାଇବେ, ସେଥିପାଇଁ ବିଏଲ୍ଓମାନଙ୍କୁ ଘରକୁ ଘର ବୁଲି ସୂଚନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଅପରପକ୍ଷରେ, ବାଲିମେଳା ଏନଏସି ଅନ୍ତର୍ଗତ ବୁଥ୍ ନଂ-୧୬୭ ଏବଂ ୧୭୧ ଠାରେ ମଧ୍ୟ ସ୍ଥାନୀୟ ବିଏଲ୍ଓ ଏବଂ ସାଧାରଣ ଜନସାଧାରଣଙ୍କୁ ନେଇ ଚୁନାବ ପାଠଶାଳା ଆୟୋଜିତ ହୋଇଯାଇଛି। ଏହି ପାଠଶାଳାରେ ଉପସ୍ଥିତ ଲୋକଙ୍କ ସହ ଭୋଟର ତାଲିକା ନବୀକରଣ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରାଯାଇଥିଲା। ଆଇଡି କାର୍ଡରେ ଥିବା ଫଟୋ, ନାମ କିମ୍ବା ଠିକଣା ଭୁଲ୍ ଥିଲେ ତାହାକୁ କିଭଳି ଅନଲାଇନ୍ କିମ୍ବା ଅଫଲାଇନ୍ ମାଧ୍ୟମରେ ସଂଶୋଧନ କରାଯାଇପାରିବ, ସେ ନେଇ ଡେମୋ ମାଧ୍ୟମରେ ବୁଝାଯାଇଥିଲା। ଏହି ସମସ୍ତ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଜିଲ୍ଲାରେ ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମ୍ପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତ କରିବା, ଯେପରି କୌଣସି ବି ଯୋଗ୍ୟ ମତଦାତା ନିଜର ଅଧିକାରରୁ ବଞ୍ଚିତ ନ ହୁଅନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande