ସମ୍ବଲପୁରରେ ଡବଲ ମର୍ଡର, ମା' ଝିଅଙ୍କୁ ନୃଶଂସ ହତ୍ୟା
ସମ୍ବଲପୁରରେ ଡବଲ ମର୍ଡର ମା' ଝିଅଙ୍କୁ ନୃଶଂସ ହତ୍ଯା
ସମ୍ବଲପୁରରେ ଡବଲ ମର୍ଡର  ମା' ଝିଅଙ୍କୁ ନୃଶଂସ ହତ୍ଯା


ସମ୍ବଲପୁରରେ ଡବଲ ମର୍ଡର  ମା' ଝିଅଙ୍କୁ ନୃଶଂସ ହତ୍ଯା


ସମ୍ବଲପୁରରେ ଡବଲ ମର୍ଡର  ମା' ଝିଅଙ୍କୁ ନୃଶଂସ ହତ୍ଯା


ସମ୍ବଲପୁରରେ ଡବଲ ମର୍ଡର  ମା' ଝିଅଙ୍କୁ ନୃଶଂସ ହତ୍ଯା


ସମ୍ବଲପୁର, ୦୮, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ଗିରିପାଲି ଖଡିଆପଡା ଗ୍ରାମରେ ସୋମବାର ପ୍ରତ୍ୟୁଷରେ ଏକ ଦୁଃଖଦ ଶୋକାକୁଳ ଖବର ସମସ୍ତଙ୍କୁ ବ୍ୟଥିତ କରାଇ ଦେଇଛି । ସୂଚନାନୁସାରେ ସବୁଦିନ ପରି ରବିବାର ରାତିରେ ଗ୍ରାମବାସୀ ଖାଇପିଇ ଶୋଇଥିଲେ । ମାତ୍ର ସୋମବାର ପ୍ରତ୍ୟୁଷରେ ଗୋଟିଏ ପରିବାରର ମାଁ ଓ ଝିଅଙ୍କୁ ନୃଶଂସ ହତ୍ୟା ହୋଇଥିବା ଘଟଣା ଏକ ପ୍ରକାର ଆତଙ୍କ ସୃଷ୍ଟି କରିଥିଲା । ଏହି ଘଟଣା ପ୍ରଚାରିତ ହେବା ସହ ଶାସନଥାନାରେ ପହଞ୍ଚିଥିଲା । ଏଭଳି ଖବର ମିଳିବା ପରେ ଶାସନ ଥାନ ପୋଲିସ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏବେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ଗାଁ ରହିଥିବା ବେଳେ ମୃତକଙ୍କ ଘର ଚତୁଃପାର୍ଶ୍ଵରେ ମଧ୍ୟ ପୋଲିସ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ସନ୍ଦିଗ୍ଧ ପ୍ରତି ପୋଲିସ ମଧ୍ୟ ତୀକ୍ଷ୍ଣ ନଜର ରଖିଥିବା ଜଣାପଡିଛି । ତେବେ ଗୁଣିଗାରେଡିକୁ ନେଇ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଥିବା କିଛି ବ୍ୟକ୍ତି ନିଜ ନାମକୁ ଗୁପ୍ତ ରଖି ଗଣମାଧ୍ୟମକୁ କହିଛନ୍ତି । ତଦନ୍ତାଧୀନ ଏହି ଲୋମହର୍ଷକ ଘଟଣା ଏବେ ସମଗ୍ର ସମ୍ବଲପୁର ଜିଲ୍ଲାରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande